ପାଇଲିପଡା ପଞ୍ଚାୟତରେ ରେକର୍ଡ ସଂଖ୍ୟକ ଆଣ୍ଟିଜେନ୍ ପରୀକ୍ଷା, ଗୋଟିଏ ଦିନରେ ୯୨୫ ଜଣଙ୍କ ପରୀକ୍ଷା

0
302

ବେଲଗୁଣ୍ଠା(ଶିବରାମ ଚୌଧୁରୀ)ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ପ୍ରଶାସନ ତରଫରୁ ଅଧିକ ରୁ ଅଧିକ ପରୀକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି ।ଏହି କ୍ରମରେ ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଆଣ୍ଟିଜେନ୍ ପରୀକ୍ଷାକୁ ବ୍ୟାପକ କରାଯାଉଛି ।ଯାହାର ସଫଳ ରୁପାୟନ ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକରେ ।ଏହି ବ୍ଳକରେ ଗତ ପନ୍ଦର ଦିନ ମଧ୍ୟରେ ପାଖାପାଖି 9୦୦୦ ଆଣ୍ଟିଜେନ୍ ପରୀକ୍ଷା ଓ 237 ସ୍ୱାବ୍ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି ।ବ୍ଳକର ପାଇଲିପଡା ପଞ୍ଚାୟତରେ ଗୋଟିଏ ଦିନରେ 925 ଜଣଙ୍କ ଆଣ୍ଟିଜେନ୍ ପରୀକ୍ଷା ହୋଇଛି। ସକାଳ 10 ଟାରୁ ରାତ୍ର 8 ଘଣ୍ଟା ପର୍ଯ୍ୟନ୍ତ ଏକ 18 ଜଣିଆ ଟିମ୍ ଆଣ୍ଟିଜେନ୍ପ ପରୀକ୍ଷାରେ ନିୟୋଜିତ ଅଛନ୍ତି । ଏଥିରେ ବିଡ଼ିଓ ଶଶୀଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ଓ ଏସ ଡି ଓମ ପ୍ରକାଶ ପରିଡା ସମିତି ଅଧଖ୍ଯା ପ୍ରତିନିଧି କେ ରବୀନ୍ଦ୍ର କୁମାର ପାତ୍ର , ପୂର୍ବତନ ସରପଞ୍ଚ ଜୟରାମ ନାୟକ , କନିଷ୍ଠ ଜନ୍ତ୍ରି ରବୀନ୍ଦ୍ର ନାୟକ , ପି ଈ ଓ ରାଜେଶ କୁମାର ବେହେରା , ଜୀ ଆର ଏସ ନାରାୟଣ ପଟ୍ଟନାୟକ , ସ୍ୱାସ୍ଥ୍ୟ ବିଭାଗ,ଆଶା ଅଙ୍ଗନବାଡି ସହଯୋଗ କରୁଛନ୍ତି । ପୂର୍ବରୁ ଏହି ପଞ୍ଚାୟତ ରେ ଟେଷ୍ଟ କରାଯାଇଥିଲା କିନ୍ତୁ ବର୍ଷା ଲଗିରହିବାରୂ 278 ଜଣଙ୍କ ଟେଷ୍ଟ କରାଯିବା ପରେ ବନ୍ଦ ରଖାଯାଇଥିଲା , ଆଜି 925 କୁ ମିସାଇ 1203 ଜଣ ଟେଷ୍ଟ କରିଛନ୍ତି । ରାଜ୍ୟରେ ଗୋଟିଏ ପଞ୍ଚାୟତରେ ଏହା ସର୍ବାଧିକ । ପୂର୍ବରୁ ଗାଙ୍ଗପୁରରେ ୮୯୫ , ଖଇରପୁଟ୍ଟି ରେ ୮୯୭ ଜଣ ସ୍ୱତଃପ୍ରବୃତ ଭାବେ ନିଜର ପରୀକ୍ଷା କରାଇ ଥିଲେ , ଯାହାକି ଏକ ରାଜ୍ୟ ସ୍ତରୀୟ ରେକର୍ଡ ବୋଲି ବିଡ଼ିଓ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here