କଲେଜ ଛାତ୍ରଛାତ୍ରୀ ଙ୍କୁ ଭୋଟର ସଚେତନା ପ୍ରଶିକ୍ଷଣ

0
229

ଭଞ୍ଜନଗର : ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ସାବିତ୍ରୀ ମହିଳା ମହାବିଦ୍ୟାଳୟ ପରିସରରେ ସ୍ୱତନ୍ତ୍ର ଭୋଟର ପଞ୍ଜିକରଣ ସଚେତନତା ପ୍ରଶିକ୍ଷଣ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉଭୟ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ସମେତ ସାବିତ୍ରୀ ମହିଳା ମହାବିଦ୍ୟାଳୟର ଅଧକ୍ଷ ଡ. ଜୟରାମ ସେନାପତି ଏବଂ ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଅଧକ୍ଷ ଡ଼ ସୁବାସ ଚନ୍ଦ୍ର ପ୍ରଧାନ ଏହି କାଯ୍ୟ କ୍ରମରେ ଅଧକ୍ଷତା କରିଥିଲେ। ଉପଜିଲ୍ଲା ପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୧୮ ବର୍ଷ ପ୍ରାପ୍ତ ହୋଇଥିବା ଛାତ୍ରଛାତ୍ରୀ ଭୋଟର ପଞ୍ଜିକରଣ ଭୋଟର ହେଲ୍ପ ଲାଇନ ଆପ ଦ୍ଵାରା କରିବା ପାଇଁ ପରାମର୍ଶ ଦେଇଥିଲେ l ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶା ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ର ୨୦୨୨ ନିୟମାବଳୀ ଉପରେ ଛାତ୍ରଛାତ୍ରୀଙ୍କ ସହ ପଯ୍ୟାପ୍ତ ଆଲୋଚନା କରିଥିଲେ । କଲେଜ ର ଛାତ୍ରଛାତ୍ରୀମାନେ ପଞ୍ଜିକରଣ କିପରି କରିବେ ତାହା ଉପରେ ଉପଜିଲ୍ଲାପାଳ ଙ୍କୁ ପ୍ରଶ୍ନ କରିଥିଲେ ।ଉପ ଜିଲ୍ଲାପାଳ ମହୋଦୟ ଶ୍ରୀ ମିଞ୍ଜ ଛାତ୍ରଛାତ୍ରୀ ମାନଙ୍କୁ ମୋବାଇଲ ମାଧ୍ୟମ ର ପଞ୍ଜିକରଣ କରିବାର ଶିଖାଇ ଥିଲେ । ବି.ଡି.ଓ ଶ୍ରୀ ଅନିଲ କୁମାର ସେଠୀ ଗୋଟିଏ ସୁନ୍ଦର ଗଣତନ୍ତ୍ର ରାଷ୍ଟ୍ରରେ ଛାତ୍ରଛାତ୍ରୀମାନଙ୍କ ମତଦାନ ନିହାତି ଜରୁରୀ ଓ ଭବିଷ୍ୟତରେ ଆମରି ଦେଶ ଗୋଟିଏ ସୁନ୍ଦର ଗଣତନ୍ତ୍ର ରାଷ୍ଟ୍ର ରୂପେ ଅଭିହିତ ହୋଇପାରିବ ବୋଲି କହିଥିଲେ। କାଯ୍ୟକ୍ରମରେ ମହିଳା କଲେଜର ଅଧ୍ୟାପିକା ଉର୍ମିଳା ପାଟଯୋଶୀ ଏବଂ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼. ରବୀନ୍ଦ୍ର ନାଥ ପାଳ ଏବଂ ଉଭୟ କଲେଜ ର ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗଦେଇଥିଲେ । ଏହି ଭୋଟର ସଚେତନତା କାଯ୍ୟ କ୍ରମରେ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ପ୍ରଥମେ ପ୍ରାରମ୍ଭିକ ସୂଚନା ଦେଇ ଥିଲେ। ନିର୍ବାଚନ ବିଭାଗର କର୍ମଚାରୀ ମୁକ୍ତିପଦ ନାୟକ ଉକ୍ତ କାଯ୍ୟକ୍ରମ କୁ ସଂଯୋଜନା କରିଥିଲେ ।

ରିପୋର୍ଟ: ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here