କରୋନ ପାଇଁ ଫିକା ପଡିଲା ଗଣେଶ ପୂଜା

0
368

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ଆଜି ଅଗ୍ରପୂଜ୍ୟ ଗଣେଶଙ୍କ ଜନ୍ମ ଉତ୍ସଵ। କିନ୍ତୁ ପୂର୍ବ ବର୍ଷ ପରି ଚଳିତ ବର୍ଷ କରୋନା କଟକଣା ପାଇଁ ଧୁମଧାମରେ ଗଣେଶ ପୂଜା ସହର ପାଳିତ ହୋଇପାରିନାହିଁ। ସାହି ରେ ଦେଖିବାକୁ ମିଳୁନାହିଁ ରଙ୍ଗବେରଙ୍ଗର ଆଲୋକ ମାଳ।କୋଭିଡ୍ କଟକଣା ଯୋଗୁଁ ଜିଲ୍ଲାପ୍ରଶାସନ ପକ୍ଷରୁ ସାର୍ବଜନୀନ ପୂଜା ମଣ୍ଡପରେ ପୂଜା ପାଇଁ ଅନୁମତି ଦିଆଯାଇନାହିଁ। ଯାହା ଫଳରେ ଅଞ୍ଚଳ ରେ ଘରେ ଘରେ ନିରାଡ଼ାମ୍ବର ଭାବେ ଗଜାନନଙ୍କ ପୂଜା ପାଳିତ ହୋଇଛି । ଚଳିତ ବର୍ଷ ଗଣେଶ ପୂଜା ପାଇଁ ଅନୁମତି ନମିଳିବା ହେତୁ ବ୍ୟବସାୟ ଫିକା ପଡ଼ିଥିବା ବେଳେ ମୂର୍ତି କାରିଗର ମାନଙ୍କୁ ମନ ଦୁଃଖ ଦେଖିବାକୁ ମିଳିଛି। କଟକଣା ପାଇଁ ବିଦ୍ୟାର୍ଥୀ ମାନଙ୍କ ବିଦ୍ୟାଳୟ ରେ ଏକତ୍ରିତ ହୋଇ ପୂଜା କରିବା ପାଇଁ ମନା କରାଯାଇଛି ଯାହା ଫଳରେ ସାଙ୍ଗସାଥୀ ଏକାଠି ହୋଇ ନପାରି ପୂର୍ବ ସ୍ମୁତି କୁ ମନ ପକାଇ ଝୁରି ହେଉଛନ୍ତି। ସେହି ପରି ସୋମପୁର ନିକଟସ୍ଥ ଘୋଡେଇଶୁଣି ଓ ମେଣ୍ଢାଖାଇ ପର୍ବତ ରେ ଥିବା ଗଣେଶ ମନ୍ଦିର କୁ ଶ୍ରଦ୍ଧାଳୁ ମାନେ କଟକଣା ଯୋଗୁଁ ଦର୍ଶନ କରିବା ପାଇଁ ଯାଇପରିନଥିଲେ।

LEAVE A REPLY

Please enter your comment!
Please enter your name here