ଏନଏସି ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ, ବହୁ ଆଶାୟୀ ହତାଶ

0
247

ପୋଲସରା : ଶନିବାର ଦିନ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ପୌର ପରିଷଦ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧକ୍ଷ ପଦବୀ ସକାଶେ ସଂରକ୍ଷଣ ଚିଠା ପ୍ରକାଶ ପାଇବା ପରେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ବହୁ ଆଶାୟୀ ନିରାଶ ହୋଇଛନ୍ତି। କାରଣ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜାତି ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ସୂଚନାଯୋଗ୍ୟ ଯେ ୨୦୧୮ ମସିହା ସେପ୍ଟେମ୍ବର ମାସ ରେ ପରିଷଦ ର କାର୍ଯ୍ୟକାଳ ସମାପ୍ତ ହୋଇଥିଲେ ମଧ୍ୟ ବିଭିନ୍ନ କାରଣରୁ ନିର୍ବାଚନ ଅନୁଷ୍ଠିତ ହୋଇ ପାରିନଥିଲା। ଏଣୁ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧକ୍ଷ ପଦବୀ ହାସଲ କରିବା ପାଇଁ ବହୁ ଆଶାୟୀ ବୃନ୍ଦ ପ୍ରାୟ ସାଢେ଼ ତିନି ବର୍ଷ ହେଲା ଅପେକ୍ଷା କରି ରହିଥିଲେ। ବିଜେଡିର ପ୍ରମୁଖ ଆଶାୟୀଙ୍କ ମଧ୍ୟରେ ପୂର୍ବତନ ନଗରପାଳ ପ୍ରଫୁଲ କୁମାର ପ୍ରଧାନ , ବିଜେଡିର ନଗର ସଭାପତି ରଞ୍ଜିତ ସାହୁ , ନଗର ଯୁବ ସଭାପତି ସନ୍ତୋଷ ବେହେରା , ସାଂସଦ ପ୍ରତିନିଧି ମୋଚିରାମ ସାହୁ , ଗୋପାଳ କୃଷ୍ଣ ସାହୁ ଙ୍କ ସମେତ ଆଉ କେତେକ ଆଶାୟୀ ଥିଲେ। ସେହିପରି ବିଜେପି ର ପୂର୍ବତନ କାଉନସିଲର ଯଜ୍ଞ ନାରାୟଣ ସାହୁ , ଯୁବମୋର୍ଚ୍ଚା ସଭାପତି ସିମାଞ୍ଚଳ , ପୂର୍ବତନ ଉପ ନଗରପାଳ ନିବାସ ପରିଡା ଙ୍କ ସମେତ ଆହୁରି କିଛି ନେତା ଆଶାୟୀ ଥିଲେ। ଏଣୁ ଅଧକ୍ଷ ପଦବୀ ଅନୁସୂଚିତ ଜାତି ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବା ଜଣା ପଡ଼ିବା ପରେ ଉପରୋକ୍ତ ନେତା ମାନଙ୍କ ସହ ଅନ୍ୟ ଆଶାୟୀ ହତାଶ ହୋଇଥିଲେ ମଧ୍ୟ ଆପତ୍ତି ଅଭିଯୋଗ ପରେ ଚୁଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ବେଳେ ପରିବର୍ତନ ଘଟିପାରେ ବୋଲି କିଛି ଆଶା ବାନ୍ଧିଛନ୍ତି। ଅପରପକ୍ଷରେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଇତିହାସରେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣେ ହେଲେ ଅନୁସୂଚିତ ଜାତି କିମ୍ବା ଅନୁସୂଚିତ ଜନଜାତି ର ବ୍ୟକ୍ତି ଏନଏସି ର ଅଧକ୍ଷ ହେବାରେ ସକ୍ଷମ ହୋଇ ନାହାଁନ୍ତି। ଆଜି ପର୍ଯ୍ୟନ୍ତ ଅନୁଷ୍ଠିତ ସମସ୍ତ ନିର୍ବାଚନ ରେ କେବଳ ସାଧାରଣ ବର୍ଗ ଓ ପଛୁଆ ବର୍ଗର ନେତା ମାନେ ଅଧକ୍ଷ ପଦବୀ ଦଖଲ କରି ଆସିଛନ୍ତି। ଏଥି ଯୋଗୁଁ ଅତୀତରେ ଅନୁସୂଚିତ ଜାତି ର ନେତା ବୃନ୍ଦାବନ ବେହେରା ଗଞ୍ଜାମ ଜିଲ୍ଲାପାଳ, ନଗର ଉନ୍ନୟନ ବିଭାଗ ଏବଂ ରାଜ୍ୟ ମୂଖ୍ୟ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସଂରକ୍ଷଣ ରେ ଆଉ କୌଣସି ପ୍ରକାର ପରିବର୍ତ୍ତନ ହେବା ନାହିଁ ବୋଲି କେତେକ ନେତା ଦୃଢୋକ୍ତି ପ୍ରକାଶ କରିଛନ୍ତି। ତେବେ ଚୁଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ରାଜନୈତିକ ପାଣିପାଗ ଚିତ୍ର ସ୍ପଷ୍ଟ ଜଣାପଡିବ ବୋଲି ଆଶା କରାଯାଉଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here