ରତ୍ନମୁଦ ପ୍ରତିଷ୍ଠା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

0
253

ବ୍ରହ୍ମପୁର: ବ୍ରହ୍ମପୁର ସହରର ସର୍ବ ପୁରାତନ ପାଣିଗ୍ରାହୀ ପେଣ୍ଠ କାଳୀ ମନ୍ଦିରର ରତ୍ନମୁଦ ଓ ସିହଂଦ୍ୱାର ପ୍ରତିଷ୍ଠା ନିମନ୍ତେ ଶୁଭଖୁଣ୍ଟି ସ୍ଥାପିତ ହୋଇଯାଇଛି । ଆସନ୍ତା ୨୦୨୩ ମସିହା ଜାନୁଆରୀ ମାସ ୨୮ ତାରିଖ ଠାରୁ ଏକ ସପ୍ତାହ ବ୍ୟାପୀ ମହା ଆଡମ୍ବରରେ ଏହି ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବାକୁ ଯାଉଛି । ଏହାକୁ ନେଇ ଆଜି ପାରମ୍ପରିକ ରିତିନିତି ଅନୁଯାୟୀ ମାଙ୍କ ମନ୍ଦିର ସମ୍ମୁଖରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଏହି ଅବସରରେ ଅତିଥିରୂପେ ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଲେଇ, ଡେପୁଟି ମେୟର ଇ ବିବେକ ରେଡ୍ଡୀ, ଅର୍ବାନ ବ୍ୟାଙ୍କ ସଭାପତି ଆର ମୁରଲି ମୋହନ, ସ୍ଥାନୀୟ କର୍ପୋରେଟର ପଦ୍ମୀନି ମିଶ୍ର ଯୋଗ ଦେଇଥିଲେ । ମନ୍ଦିର ପରିଚାଳନା କମିଟି ସଭାପତି ଦଣ୍ଡପାଣି ସାହୁଙ୍କ ସଂଯୋଜନାର ଆୟୋଜିତ କାର୍ଯ୍ୟକ୍ରମକୁ କମିଟିର ସମସ୍ତ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ସହରର ବହୁ କର୍ପୋରେଟଙ୍କ ସମେତ ବୁଦ୍ଧିଜୀବୀ, ସ୍ଥାନୀୟ ବାସିନ୍ଧାମାନେ ଶୁଭଖୁଣ୍ଟି ସ୍ଥାପନ ସମୟରେ ଉପସ୍ଥିତ ରହିଥିଲେ ।

ରିପୋର୍ଟ:

LEAVE A REPLY

Please enter your comment!
Please enter your name here