ଜାତୀୟ ରାଜପଥ କଡ଼ରେ ଭଞ୍ଜନଗର ସହରର ଆବର୍ଜନା

0
502

ଭଞ୍ଜନଗର(ନିଲୁ ବିଶୋଇ) ଭଞ୍ଜନଗର ରୁ ଫୁଲବାଣୀ ଯିବା ରାସ୍ତା କଡରେ ଗଦା ହେଉଛି ଭଞ୍ଜନଗର ସହରରୁ ବାହାରୁ ଥିବା କୁଢ଼ କୁଢ଼ ଆଳିଆ ଆବର୍ଜନା। ସହରର ପରିବେଶ ଓ ପରିମଳ କୁ ସଫା ରଖିବା ନିମନ୍ତେ ଏନ. ଏ. ସି ପକ୍ଷରୁ ସହରକୁ ସଫା କରାଯାଉଛି। କିନ୍ତୁ ସହରରୁ ପ୍ରତିଦିନ ବାହାରୁଥିବା ଆବର୍ଜନା କୁ ପକାଇବା ପାଇଁ ସ୍ଥାୟୀ ଡ଼ମପିଙ୍ଗ ୱାର୍ଡ ଜାଗା ନଥିବା ରୁ ଏବେ ଏହା ଜାତୀୟ ରାଜପଥ କଡ଼ରେ ପକାଯାଉଛି। ଏହି ସମଷ୍ୟା ର ସମାଧାନ ପାଇଁ ପାର୍କ ରାସ୍ତାରେ ଥିବା ସ୍ଥାନୀୟ ମସ୍ୟ ଯାଆଁଳା ଉତ୍ପାଦନ କେନ୍ଦ୍ର ନିକଟରେ ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ ହେଉଛି। ମାତ୍ର ଉକ୍ତ କାଯ୍ୟ କୋରନା ପାଇଁ ମନ୍ଥର ଗତିରେ ଚାଲିଛି। ଫଳରେ ଏଭଳି ସ୍ଥିତିରେ ସହରରୁ ଦୈନଦିନ ବାହାରୁଥିବା ଗାଡ଼ି ଗାଡି ଆବର୍ଜନା ମସ୍ୟ ଯାଆଁଳା କେନ୍ଦ୍ର ପରିସରରେ ଥିବା ଅପବ୍ୟବହୃତ ଜମି ରେ ପକାଇବା ବଦଳରେ ଅଧିକାଂଶ ସମୟରେ ଜାତୀୟ ରାଜପଥ କଡ଼ରେ ପକାଯାଉଛି। ଭଞ୍ଜନଗର ଫୁଲବାଣୀ ରାସ୍ତା କଡରେ ଆବର୍ଜନା ପଡିବା ଦ୍ୱାରା ସହରର ଶୋଭା ହରାଉଛି ଏବଂ ସେହି ରାସ୍ତା ଦେଇ ଯାଉଥିବା ଲୋକେ ଦୁର୍ଗନ୍ଧ ଯୋଗୁଁ ହଇରାଣ ହେଉଛନ୍ତି। ସବୁଠାରୁ ବଡ଼ କଥା ହେଲା ଯେଉଁଠି ଏହି ଆବର୍ଜନା ପକାଯାଉଛି ସେଠାରେ ଭଞ୍ଜନଗର ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମାନ ରହିଛି। କୋରନା ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ପ୍ରଶାସନ ଏଥିପ୍ରତି ଦୁର୍ଷ୍ଟି ଦେଉନାହିଁ। ବର୍ତ୍ତମାନ ଲଘୁଚାପ ଜନିତ ବର୍ଷା ପବନ ଯୋଗୁଁ ଆବର୍ଜନା ଗୁଡିକ ରାସ୍ତା ଉପରକୁ ମାଡି ଆସୁଛି। ଫଳରେ ଆବର୍ଜନା କେତେକାଂଶରେ ଗଦା ହୋଇପଡିବା ଯୋଗୁଁ ରାସ୍ତା ଦେଇ ଯିବା ସମୟରେ ଦୁର୍ଗନ୍ଧରେ ନିଶ୍ୱାସ ନେବା କଷ୍ଟକର ହୋଇପଡୁଛି। ଏହି ସମଷ୍ୟା ରାସ୍ତା କଡରେ ଥିଲେ ମଧ୍ୟ କିପରି ପ୍ରଶାସନ ର ଦୁର୍ଷ୍ଟ ପଡୁନାହିଁ ? ତୁରନ୍ତ ଏହାର କୌଣସି ସମାଧାନ କରିବାକୁ ସାଧାରଣ ରେ ଦାବି ହେଉଛି

LEAVE A REPLY

Please enter your comment!
Please enter your name here