ମାଣିତରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ” ଆତ୍ମା ସୁରକ୍ଷା ତାଲିମ ଶିବିର”

0
124

ବୁଗୁଡା: ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମା ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ଜାନୁଆରୀ ୧୨ ତାରିଖ ଠାରୁ ଆଠ ଦିନ ପାଇଁ ଛାତ୍ରୀମାନଙ୍କୁ ଦୁଇ ଜଣ ମାଷ୍ଟର ଟ୍ରେନେର ଆତ୍ମା ସୁରକ୍ଷା ପାଇଁ ତାଲିମ ପ୍ରଦାନ କରିବେ। ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରିନ୍ସିପାଲ ଅନୁପ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ କେଶପୁର କଲେଜର ଅଧ୍ୟାପକ ପ୍ରଭାତ କୁମାର ବିଷୋୟୀ, ମୁଖ୍ୟ ବକ୍ତା ଭାବେ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ପ୍ରଧାନ କୈକାଶ ଚନ୍ଦ୍ର ମହାରଣା ଏବଂ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ତଥା ସାମ୍ବାଦିକ ଅନିଲ କୁମାର ମହାରଣା ଓ ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ ଯୋଗଦେଇଥିଲା। ସମସ୍ତ ଆତ୍ମ ସୁରକ୍ଷା କୌଶଳ ଛାତ୍ରୀମାନେ ଶୃଙ୍ଖଳିତ ଭାବେ ଶିକ୍ଷାଲାଭ କରିବା ପାଇଁ ଅତିଥି ବୃନ୍ଦ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ସୁଚିତ୍ରା ପଣ୍ଡା ସ୍ୱାଗତ ଭାଷଣ ସହ ସଂଯୋଜନା କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମ ପରେ ମାଷ୍ଟର ଟ୍ରେନର ଦ୍ବୟ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ପାଇଁ ତାଲିମ ଦେବା ଆରମ୍ଭ କରିଥିଲେ।
ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here