ବାଲି ଚୋରା ଚାଲାଣ ମହଙ୍ଗା ପଡିଲା; ଜେସିବି ମେସିନ୍ ଓ ୬ଗାଡ଼ି ପୋଡିଦେଲେ

0
564

ହିଞ୍ଜିଳିକାଟୁ(ହିମାଂଶୁ ବେହେରା)ପୁରୁଷୋତ୍ତମପୁର ବ୍ଲକ ତଥା ହିଞ୍ଜିଳି ଥାନା ଅନ୍ତର୍ଗତ ଅନ୍ତରିଗାଁ କୋଳିଦାସପୁର କୁଳଘାଇ ହୁଡା ରେ ଘଟିଛି ତୁମୁଳକାଣ୍ଡ। ସ୍ଥାନୀୟ ଅଞ୍ଚଳ ରେ ବିନା ଲିଜ ରେ ବେଆଇନ ବାଲି ଉଠାଣ ଦୀର୍ଘ ଦିନ ଧରି ଅଞ୍ଚଳ ରେ ବାଲି ଚୋରା ଚାଲାଣ ବୃଦ୍ଧି ହେବା ରେ ଲାଗିଛି। ଯାହାକୁ ନେଇ ସ୍ଥାନୀୟ ଲୋକ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ। କିନ୍ତୁ ପ୍ରଶାସନ ଲୋକଙ୍କ ଅଭିଯୋଗକୁ ଶୁଣିବା ପାଇଁ ସମୟ ନାହିଁ। ଯାହା ଫଳରେ କିଛି ବ୍ୟକ୍ତି ଆଇନ୍ କୁ ହାତକୁ ନେଇଥିବା ସୂଚନା ମିଳିଛି। ଗତ ମଧ୍ୟରାତ୍ରିରେ ନଦୀ ପଠାରୁ ଚୋରା ବାଲି ଚାଲାଣ ବେଳେ କିଛି ବ୍ୟକ୍ତି ବାଲି ବୋଝେଇ ତିନିଟି ଟ୍ରିପର, ଗୋଟିଏ ଟ୍ରାକଟର, ଗୋଟିଏ ବାଇକ, ଗୋଟିଏ ସ୍କୁଟି ଓ ଜେସିବି ମେସିନ୍ ଭଙ୍ଗାରୁଜା କରିବା ସହ ପୋଡି ଦେଇଥିବା ସୂଚନା ମିଳିଛି। ସ୍ଥାନୀୟ ଅଞ୍ଚଳ ରେ ଆଖପାଖ ନଦୀ ପଠାରୁ ବେଧଡକ ବାଲି ଚୋରା ଚାଲାଣ ହେଉଥିବା ବେଳେ ଉକ୍ତ ଅଞ୍ଚଳ ବାସୀ ବାରମ୍ବାର ବାରଣ କରିବା ସହ ପ୍ରଶାସନ ପାଖ ରେ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଶୁଣିବାକୁ ମିଳୁଛି।ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ କ୍ଷତି ହେଉଥିବା ବେଳେ ଜିଲ୍ଲା ପ୍ରଶାସନର ନାକନିଶ ତଳେ ଏପରି ଘଟଣା ଚାଲିଥିବା ବେଳେ କିପରି ଏହା ପ୍ରଶାସନ ଜାଣି ପାରୁନାହିଁ ନା ମାଫିଆ ଓ ପ୍ରଶାସନ ମଧ୍ୟ ରେ ଚାଲିଛି ମଧୁଚନ୍ଦ୍ରିକା ଏହା ଏକ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି।ଉକ୍ତ ଗ୍ରାମକୁ ଲାଗି ନଦୀ ରହିଥିବା ବେଳେ ବର୍ଷା ଦିନେ ଓ ପାଣି ଆସିଲେ ବିପଦ ଆଶଙ୍କା ରହିଛି। ସ୍ଥାନୀୟ ଅଞ୍ଚଳ ରେ ବିନା ଲିଜ ରେ ବାଲି ଚୋରା ଚାଲାଣ ହେଉଛି l ସାଧାରଣ ରେ ଆଲୋଚନା ହେଉଛି ଯେ ପ୍ରଶାସନ ବାଲିମାଫିଆଙ୍କ ହାତ ବାରିସି ସାଜିଛି। ଗଞ୍ଜାମ ଜିଲ୍ଲାରେ ବାଲି ଚୋରା ଚାଲାଣ ଘଟଣା ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ଜିଲ୍ଲାପ୍ରଶାସନ ପକ୍ଷରୁ ବାଲି ମାଫିଆଙ୍କ ବିରୋଧ ରେ କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଅପର ପକ୍ଷରୁ ଭଙ୍ଗାରୁଜା ହୋଇ ପୋଡ଼ି ଥିବା ଗାଡ଼ି କାହାର ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ l

LEAVE A REPLY

Please enter your comment!
Please enter your name here