ଦୁବାଇ ରେ କଳାକାର ଅନନ୍ତ ସ୍ବାଇଁଙ୍କ ମୃତ୍ୟୁ ,ଅମର ଆତ୍ମାର ସଦଗତି ନିମନ୍ତେ ଗାଁ ରେ କ୍ୟାଣ୍ଡେଲ ଶୋଭାଯାତ୍ରା

0
340

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ପୁଣି ଦୁବାଇରେ ଜଣେ ଓଡ଼ିଆ ଶ୍ରମିକଙ୍କର ହୃଦ୍ ଘାତରେ ମୃତ୍ୟୁ । ମୃତ ଶ୍ରମିକ ଜଣକ ହେଲେ ଅନନ୍ତ ସ୍ବାଇଁ । ଅନନ୍ତଙ୍କ ଘର ଖଲିକୋଟ ବ୍ଲକ ଅନ୍ତର୍ଗତ ବାକୁଟୁଗାଁ ପଞ୍ଚାୟତର ପାରିନୂଆଗାଁ ରେ ସେ ନାମ ସଂକିର୍ତନର ଜଣେ ଭଲ ଗାୟକ ଓ ଯୁବ ସଂଗଠକ ଭାବରେ ଅଞ୍ଚଳରେ ପରିଚିତ ହେଲେ ପରିବାରର ଭରଣପୋଷଣ କରିବା ନିମନ୍ତେ ଦିର୍ଘ ଦୁଇବର୍ଷ ପୂର୍ବେ ହାଇଦ୍ରାବାଦ୍ ର ଏକ ଠିକା ସଂସ୍ଥା ମାଧ୍ୟମରେ ସୁଦର ଦୁବାଇ ସହର କୁ ରୋଜଗାର କରିବା ପାଇଁ ଯାଇଥିଲେ । ସେଠାରେ ଚଳିତ ମାସ ୬ ତାରିଖ ଦିନ ହୃଦ୍ ଘାତରେ ଅନନ୍ତଙ୍କ ମୃତ୍ୟୁ ହୋଇଥିବା ଖବର ପରିବାର ଲୋକେ ସୁଣିବାକୁ ପାଇଥିଲେ । ଅନନ୍ତଙ୍କ ମୃତ୍ୟୁ ଖବର ସୁଣି ସୁନାର ପରିବାର ମଧ୍ୟରେ ସତେ ଯେମିତି କଳା ବାଦଲ ଘୋଟି ଯାଇଥିଲା । ସେପଟେ ସ୍ତବ୍ଧ ହୋଇଯାଇଥିଲା ଗାଁ ଦାଣ୍ତ । ପରିବାର ଲୋକେ ଆକୁଳ ନିବେଦନ କରିବା ପରେ ଅନନ୍ତଙ୍କୁ ପଠାଇଥିବା ହାଇଦ୍ରାବାଦ୍ ର ଠିକା ସଂସ୍ଥା ମାଧ୍ୟମରେ ଦିର୍ଘ ୧୪ ଦିନ ପରେ ଗତ ମଙ୍ଗଳବାର ଦିନ ଅନନ୍ତଙ୍କ ମର ଶରୀର ଗାଁକୁ ଫେରିଥିଲା। ଅନନ୍ତଙ୍କ ଶବକୁ ଦେଖି ଅଞ୍ଚଳରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହେବା ସହ ଗାଁ ରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା । ଅନନ୍ତଙ୍କ ଅମର ଆତ୍ମାର ସଦଗତି କାମନା ନିମନ୍ତେ ଗ୍ରାମରେ ଗତକାଲି ସନ୍ଧ୍ୟାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା। ଏହି ଶୋଭା ଯାତ୍ରାରେ ଗ୍ରାମର ଯୁବଗୋଷ୍ଠୀ ଓ ଗ୍ରାମବାସୀ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here