ଦୁର୍ଘଟଣାରେ ମାଆ ର ମୃତ୍ୟୁ ଘଟଣା, ବେସାହାରା ୪ ଝିଅ ଙ୍କୁ ଅଚ୍ୟୁତ ଭରସା

0
311

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) କାର ଧକ୍କାରେ ମାଆ ର ମୃତ୍ୟୁ ପରେ ବେସାହାରା ହୋଇ ପଡ଼ିଥିବା ୪ ନାବାଳିକା ଝିଅ ଙ୍କୁ କିସ ଫାଉଣ୍ଡେସନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି । ଏ ସମ୍ପର୍କରେ ଗତକାଲି ବିଭିନ୍ନ ଗଣମାଧ୍ୟମ ରେ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିଲା ।ଗଣମାଧ୍ୟମ ରିପୋର୍ଟ ଆଧାରରେ ଗଞ୍ଜାମ ଜିଲ୍ଲା ଦାୟିତ୍ୱ ରେ ଥିବା ପୋଲସରା ଢୁଙ୍କାପଡା ର ପୂର୍ବତନ ସରପଞ୍ଚ ଆରତୀ ଦେବୀଙ୍କ ପ୍ରଚେଷ୍ଟାରେ କିସ ଫାଉଣ୍ଡେସନ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନିର୍ଦ୍ଦେଶରେ ଏକ ତିନି ଜଣିଆ ଟିମ୍ ଖଲ୍ଲିକୋଟ ବ୍ଲକ ଶ୍ରୀକୃଷ୍ଣ ଶରଣ ପୁର ଗ୍ରାମରେ ପହଞ୍ଚି ମୃତ ଉମା ଦାସ ଙ୍କ ଘରକୁ ଯାଇ ପିଲାମାନଙ୍କୁ ସାନ୍ତ୍ବନା ଦେବା ସହ ନଗଦ ୨୦ ହଜାର ଟଙ୍କା ଓ ଦୁଇ ମାସ ର ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ । ଏଥିସହ ପ୍ରତି ମାସରେ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । କିସ ଫାଉଣ୍ଡେସନ ପକ୍ଷ ରୁ ବାଲେଶ୍ବର ରେ ନିର୍ମାଣାଧୀନ ଥିବା ଶିକ୍ଷାନୁଷ୍ଠାନ ରେ ପିଲା ମାନଙ୍କୁ ରଖାଯାଇ ପାଠ ପଢ଼ାଯିବ ବୋଲି ତିନି ଜଣିଆ ଟିମ୍ କହିଛନ୍ତି । ଆରତୀ ଦେବୀଙ୍କ ସହ ଏହି ତିନି ଜଣିଆ ଟିମ୍ ରେ କିସ ର ଡେ଼ପୁଟି ଡ଼ାଇରେକ୍ଟର ଦେବେନ୍ଦ୍ର ସାମଲ ଓ ଡେପୁଟି ଡେଭଲପମେଣ୍ଟ ଅଫିସର ବସନ୍ତ କୁମାର ବେହେରା ସାମିଲ ଥିଲେ । ସେପଟେ ଖଲ୍ଲିକୋଟ ର ପୂର୍ବତନ ତହସିଲଦାର ଶରତ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମ ରୁ ସୂଚନା ପାଇ ସାମ୍ବାଦିକ ବିମଳପ୍ରସାଦ ପାଢ଼ୀଙ୍କ ଜରିଆରେ ୫ ହଜାର ଟଙ୍କା ପିଲା ମାନଙ୍କୁ ଦିଆଯାଇଥିବା ବେଳେ ସ୍ଥାନୀୟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ପିଲା ମାନଙ୍କୁ ୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here