ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ

0
294

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ ଘଟିଛି।ବୁଧବାର ମଧ୍ୟାହ୍ନରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ପଟ୍ଟନାୟକଙ୍କ ହୃଦଘାତ ଘଟି ମୃତ୍ୟୁ ହୋଇଥିବା ଜଣାପଡିଛି। ସେ ଜଣେ ଉତ୍ତମ ବନ୍ଧୁ ବତ୍ସଳ, ମେଳାପି, ପରୋପକାରୀ ବ୍ୟକ୍ତି ଥିଲେ। ତାଙ୍କ ପରଲୋକରେ ଅଞ୍ଚଳର ବୁଦ୍ଧିଜିବୀ ମହଲରେ ଶୋକର ଛାୟା ଖେଳି ଯାଇଛି। ଅବସର ପରେ ସେ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନରେ କାର୍ଯ୍ୟ କରୁଥିଲେ। ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ଦାୟିତ୍ୱ ମଧ୍ୟ ବହୁ ବର୍ଷ ଧରି ତୁଲାଇ ଆସୁଥିଲେ। ତାଙ୍କ ମୃତ୍ୟୁ ବେଳେ ସ୍ତ୍ରୀ ବିଜୟଲକ୍ଷ୍ମୀ ପଟ୍ଟନାୟକ ପୁଅ ଓ ଝିଅ ଏବଂ ଅନ୍ୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here