ଗୋଠଗାଁରେ ଜାତୀୟ ଯୁବ ଦିବସ ପାଳିତ

0
323

ଆସିକା(ଜଗନ୍ନାଥ ସାହୁ) ମଙ୍ଗଳବାର ଦିନ ଦିବା 12 ଘଣ୍ଟ ସମୟରେ ଗୋଠଗାଁ ଠାରେ ନେହରୁ ଯୁବ କେନ୍ଦ୍ର, ବ୍ରହ୍ମପୁର ଓ ସ୍ୱାମୀ ବିବେକାନନ୍ଦ ଯୁବ ପରିଷଦ, ଗୋଠଗାଁ ର ମିଳିତ ଆନୁକୂଲ୍ୟରେ ଜାତୀୟ ଯୁବ ଦିବସ ପାଳନ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ରୂପେ ବିଜୁ ପଟ୍ଟନାୟକ ଗ୍ରୁପ ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀ ଗୌରହରି ବିଷୋୟୀ, ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ଶ୍ରୀ ହରପ୍ରସାଦ ସ୍ୱାଇଁ, ବକ୍ତା ଶ୍ରୀ ଲକ୍ଷ୍ମୀନାରାୟଣ ପଟ୍ଟନାୟକଏବଂ ସମ୍ମାନିତ ଅତିଥି ରୂପେ ତାରାତାରିଣୀ କଲେଜ ର ଅବସର ପ୍ରାପ୍ତ ଅଧକ୍ଷ ଶ୍ରୀ ଅରବିନ୍ଦ ପଣ୍ଡା ଓ ଗଞ୍ଜାମ ଜିଲ୍ଲା ଯୁବ ସଂଯୋଜକ ଶ୍ରୀ ଅକ୍ଷୟ ନୀପାଣେ ପ୍ରମୁଖ ଯୋଗ ଦେଇ ଯୁବ ସମାଜକୁ ଜାଗ୍ରତ, ସମୟାନୁବର୍ତ୍ତିତା ଏବଂ ମହାନ ବ୍ୟକ୍ତିଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ସମାଜ ନିମନ୍ତେ କିଛି କରି ଦେଖାଇବାକୁ ମନ୍ତବ୍ୟ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଂଚଳର ଯୁବ ପ୍ରତିଭା ଯଥା ରଞ୍ଜନ କୁମାର ସାହୁ(ପ୍ରତିଷ୍ଠାତା, ତ୍ରିରଙ୍ଗା ସେବା, ହିଞ୍ଜିଳି), ସତ୍ୟପ୍ରକାଶ ନାୟକ (ଟ୍ରୁପ ଲିଡର), ସରୋଜ ନାଇଡ଼ୁ(ପ୍ରତିଷ୍ଠାତା, ଫିଉଚର ଉଇପନ୍ସ), ପ୍ରମୋଦ କୁମାର ସ୍ୱାଇଁ (ପେନ୍ସିଲ ଚିତ୍ରକର), ନିରାକାର ବିଷୋୟୀ(ପ୍ରତିଷ୍ଠାତା, ଟ୍ରୀ ଫାଉଣ୍ଡେସନ, ଶେରଗଡ଼ )ଙ୍କୁ “ବିବେକାନନ୍ଦ ୟୁଥ ଆୱାର୍ଡ” ରେ ସମ୍ମାନିତ କରାଯାଇଥିଲା ଏବଂ ଯୁବ ପରିଷଦ ଦ୍ୱାରା ଆୟୋଜିତ କ୍ରୀଡା ପ୍ରତିଯୋଗିତା ରେ କୃତି ହାସଲ କରିଥିବା ପ୍ରତିଭାଙ୍କୁ ପୁରସ୍କୃତ କରାଯାଇଥିଲା lଏହି କାର୍ଯ୍ୟକ୍ରମ କୁ ବିବେକାନନ୍ଦ ଯୁବ ପରିଷଦ ର ସଦସ୍ୟମାନେ ପରିଚାଳନା କରିଥିଲେ l

LEAVE A REPLY

Please enter your comment!
Please enter your name here