ଗଜପତି ଏସପିଙ୍କ ଅଭିନବ ପ୍ରୟାସ, ଛତା ଧରି ସାମାଜିକ ଦୂରତା ରକ୍ଷା କରିବା ବାର୍ତ୍ତା

0
371

ଗଜପତି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବର୍ତ୍ତମାନ ଏକ ଅଭିନବ ଉପାୟରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି ଗଜପତି ଏସପି ସାରା ଶର୍ମା । ଏହି ନୂତନ ଉପାୟ ହେଲା ଛତା ଧରି ସାମାଜିକ ଦୁରତା ରକ୍ଷା କରିବା ସହ କରୋନା ସଂକ୍ରମଣରୁ ଦୂରେଇ ରହିବା । ଗତକାଲି ଏସପି ଶର୍ମାଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଆଇଆଇସି ବିବେକା ନନ୍ଦ ସ୍ୱାଇଁଙ୍କ ସମେତ ବହୁ ପୋଲିସ ଅଧିକାରୀ ଓ କର୍ମଚାରୀ ଛତା ଧରି ପାରଳାଖେମୁଣ୍ଡି ସହରର ପରିକ୍ରମା କରିଥିଲେ । ବର୍ତ୍ତମାନର ପ୍ରବଳ ସୂର୍ଯ୍ୟତାପରୁ ଓ ବର୍ଷାଦିନେ ବର୍ଷାରୁ ରକ୍ଷା ପାଇବା ପାଇଁ କେବଳ ଲୋକେ ଛତା ବ୍ୟବହାର କରିଥାନ୍ତି । କିନ୍ତୁ ବର୍ତ୍ତମାନର ପରିସ୍ଥିତିକୁ ଧ୍ୟାନ ଦେଇ ପୋଲିସ ଛତା ଧରି ସହର ପରିକ୍ରମା କରି ଲୋକଙ୍କୁ ସାମାଜିକ ଦୁରତା ରକ୍ଷା କରିବା ସହ କରୋନାର ଭୟ,ଆତଙ୍କ ଓ ସଂକ୍ରମଣରୁ ନିଜକୁ ପ୍ରତ୍ୟେକ ବ୍ୟକ୍ତି ଦୂରେଇ ରଖିପାରିବେ ବୋଲି ସଚେତନତାର ବାର୍ତ୍ତା ଦେଇଥିଲେ । ବାସ୍ତବିକ ଭାବେ ଜନସାଧାରଣ ଯେତେ ଅଧିକା ଛତା ବ୍ୟବହାର କରିବେ ସେତେ ଅଧିକ ନିଶ୍ଚିତ ଭାବେ ସାମାଜିକ ଦୁରତା ରକ୍ଷା ହୋଇ ପାରିବ । ଏସପି ଶର୍ମାଙ୍କ ଏହି ଅଭିନବ ପ୍ରୟାସ ଗଜପତି ଜିଲ୍ଲାବାସୀଙ୍କୁ ଅନୁପ୍ରାଣିତ କରିପାରିଛି ।

LEAVE A REPLY

Please enter your comment!
Please enter your name here