ଢିଙ୍କି ମୋର ଆଜି ହଜିଗଲୁ ବୋଲି
ଆଧୁନିକତାର ଆଗମନେ
ସମୟର ଅଭାବରେ
ସପନେ ବି ଦିଶେନି ॥
ଥିଲା ଘରେ ଘରେ ତୋର ଆବିର୍ଭାବ
ଅତି ଯତନରେ କେତେ
ଆଜି ତୋତେ କେହି ତ ଚିହ୍ନୁନାହାଁନ୍ତି
ନିର୍ଦୟ ମଣିଷ ସତେ ॥
ଆଜି ବି ସେଦିନ ଅଛି ମନେ ଯେବେ
ତୋ ଲାଞରେ ଥିଲି ଠିଆ
ଆଉ ମୋ ବୋଉ ତୋ ମୁଣ୍ଡ ପାଶେ ରହି
ଥିଲା ପାହାର ଜଗୁଆ ॥
ଭାରୀ ମନେ ପଡେ ତୋ ଦୁଃଖଯାତନା
ଯେତିକି ହୋଇଛୁ ଛେଚି
ଭଲରେ ଥା ତୁହି ଯାହା ଘରେ ଥିବୁ
ଗାତରେ ରଖେନା ସଂଚି ॥
ହଜିଗଲା ତୋର ସତ୍ତା ହେଲେ ବନ୍ଧୁ
ଭୂଲିନାହିଁ ଉପକାର
ତୋ ଆବିର୍ଭାବ ପୁଣି ହେଲେ ଯାଇ
ପୄଷ୍ଟ ହୋଇବ ସଂସାର ॥
ତୋ ଦେହର ଛେଚା କଚଡାରେ ସତ
ମିଳୁଥିଲା ଯେ ପୋଷଣ
ଆଜି ସେ ସୁଷମ ଖାଦ୍ୟ ନ ମିଳଇ
ଏଇ ତ ଆମ ଜୀବନ ॥
ଦିପ୍ତୀଲେଖା ମିଶ୍ର,ବ୍ରହ୍ମପୁର