ପୋକସୁଙ୍ଗାରେ ବନ ସୁରକ୍ଷା ସମିତି କାର୍ଯ୍ୟାଳୟ ଉଦଘାଟନ

0
138

ବୁଗୁଡା: ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ବନ ଖଣ୍ତ ଅନ୍ତର୍ଗତ ବୁଗୁଡା ବନାଞ୍ଚଳର ପୋକସୁଙ୍ଗା ଗ୍ରାମରେ ବନ ସୁରକ୍ଷା ସମିତି କାର୍ଯ୍ୟାଳୟ ନଭେମ୍ବର ୨୯ ତାରିଖ ଦିନ ଉଦଘାଟିତ ହୋଇଯାଇଛି। ଭିଏସଏସ ପାଇଁ ନିର୍ମାଣ ହୋଇଥିବା ନୂତନ କାର୍ଯ୍ୟାଳୟକୁ ଡିଏଫଓ ବିନୋଦ ଆଚାର୍ଯ୍ୟ ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିବାବେଳେ ତାଙ୍କର ଅନୁପସ୍ଥିତରେ ପ୍ରତିନିଧି ଭାବେ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦିପ କୁମାର ମିଶ୍ର ଉଦଘାଟନ କରିଥିଲେ। ସ୍ଥାନୀୟ ବନପାଳ ପଲ୍ଲୀବୀ ନନ୍ଦ ଓ ବନରକ୍ଷୀ ଏବଂ ପୋକସୁଙ୍ଗା ଗ୍ରାମ ବନ ସୁରକ୍ଷା ସମିତି ସଭାନେତ୍ରୀ ରଶ୍ମିତା ଜାନି, ଭିଏସଏସ ମେମ୍ବର ବୃନ୍ଦ ଓ ଗ୍ରାମବାସିଙ୍କ ଉପସ୍ଥିତିରେ ବନ ସୁରକ୍ଷା ସମିତି କାର୍ଯ୍ୟାଳୟ ଉଦଘାଟନ ହୋଇଥିଲା। ଏହା ମାଧ୍ୟମରେ ସମସ୍ତ ମହିଳା ବନ ସୁରକ୍ଷା ଓ ବନ୍ୟ ପ୍ରାଣୀଙ୍କୁ ସୁରକ୍ଷା ଦେବାସହ ରୋଜଗାର କରିବାର ସୁଯୋଗ ପାଇପାରିବେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here