ଗଜପତି ଜିଲ୍ଲାରେ ୬ମାସ ମଧ୍ୟରେ ୮୦କ୍ୱିଣ୍ଟାଲ ଗଞ୍ଜେଇ ଜବତ; ୩୮ କେସ ରୁଜୁ

0
348

ଗଜପତି(ଅଂଶୁ ପାଣ୍ଡେ)ଗଜପତି ଜିଲ୍ଲା ଯାହା ଗଞ୍ଜେଇର ଗଡ଼ ପାଲଟିଥିଲା,ତାହା ଏବେ ଲୋପ ପାଇବାରେ ବସିଛି । ପୂର୍ବରୁ କନ୍ଧମାଳ ଓ ମାଲକାନଗିରି ଅଞ୍ଚଳରେ ବହୁ ପରିମାଣରେ ଗଞ୍ଜେଇ ଚାଷ ହେଉଥିଲା,ଫଳ ସ୍ୱରୂପ ଖୁଲମ ଖୁଲା ଦିନ ଦ୍ୱିପ୍ରହରରେ ମାଲକାନଗିରି ଅଞ୍ଚଳରେ ପିଲା ଠାରୁ ବଡ଼ ଗଞ୍ଜେଇ ସୁଖେଇବା ଦୃଶଦେଖିବାକୁ ମେଳିଥିଲା ।ବର୍ତ୍ତମାନ ଏପରି ଗଞ୍ଜେଇ ଚାଷ ହେଉଛି ଯେପରିକି କାଜୁ ମକା ଚାଷ ହେଉଛି । ଗତ କିଛି ବର୍ଷ ଭିତରେ ବହୁ ପରିମାଣରେ ବାହାର ରାଜ୍ୟକୁ ଚୋରା ଚାଲାଣ ହୋଇଆସୁଛି । ଓଡ଼ିଶାର ଗଜପତି ଅଞ୍ଚଳରେ ଗଞ୍ଜେଇ କିଲୋ ପିଛା ୧ରୁ୨ ହଜାର ଟଙ୍କାରେ କିଣି ବାହାରେ ଏହା ୫ହଜାରରୁ ଉର୍ଦ୍ଧରେ ବିକ୍ରି ହେଉଛି । ଏହା ରରୋକିବା ପାଇଁ ବହୁ ଏସପି ଆସି ଗଲେଣି । କିନ୍ତୁ ବର୍ତ୍ତମାନର ଗଜପତି ଏସପି ଶ୍ରୀ ତପନକୁମାର ପଟ୍ଟନାୟକ ଜିଲ୍ଲାରେ ଯେବେ ଠାରୁ ପାଦ ଦେଇଛନ୍ତି ଗଞ୍ଜେଇ ମାଫିଆଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛନ୍ତି । ତାଙ୍କର ମୁଖ୍ୟ କାମ ହେଉଛି ଜିଲ୍ଲାରୁ ଯେପରି ମୂଳପୋଛ ହେବ ଗଞ୍ଜେଇ । ଏ ନେଇ ଶ୍ରୀ ପଟ୍ଟନାୟକ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ଗତ ୬ମାସ ଭିତରେ ଏତେ ପରିମାଣରେ ଗଞ୍ଜେଇ,ଗାଡି,ଅଭିଯୁକ୍ତଙ୍କୁ ଧରାଯାଇଛି ଏବଂ କେସ ରୁଜୁ ହୋଇଛି ଯାହା ଆଗରୁ କେବେ ହୋଇନଥିଲା । ମୋହନା ଥାନା ଅଧିକାରୀ ଶ୍ରୀ ସୁଜିତ କୁମାର ନାୟକ ମୋହନା ଥାନା ଅଧିକାରୀ ଭାବେ ଦାୟିତ୍ୱ ନେବା ଦିନ ଠାରୁ ପପ୍ରତ୍ୟେକ ଦୁଇ ତିନି ଦିନ ମଧ୍ୟରେ ଧରା ପଡିଛନ୍ତି ଗଞ୍ଜେଇ ମାଫିଆ । ଏହି ୬ମାସ ଭିତରେ ମୋହନା ଥାନାରେ ୧୩ଟି ଗଞ୍ଜେଇ କେସ ରୁଜୁ ହୋଇଛି । ଏଥିରେ ସମ୍ପୃକ୍ତ ଥିବା ବାହାରରାଜ୍ୟ ଓ ରାଜ୍ୟର ୨୮ଜଣ ଗିରଫ ହୋଇଥିବା ବେଳେ ମୋଟରସାଇକଲ,ଅଟୋ,ଟ୍ରକ ଇତ୍ୟାଦି ୧୪ଟି ଜବତ ହୋଇଛି ଓ ଗଞ୍ଜେଇ ୫ଶହ କ୍ୱିଣ୍ଟାଲ ଜବତ ହୋଇଛି। ସେଭଳି ଅଡବା ଥାନା ଅଧିକାରୀ ଦାୟିତ୍ୱଦରେ ଥିବା ଆଲୋକ ରଞ୍ଜନ ଜଗଦଲା ଓ ବର୍ତ୍ତମାନର ଥାନା ଅଧିକାରୀ ତପନ କୁମାର ପତିଙ୍କ ସମୟରେ ୬ମାସ ଭିତରେ ୧୦ଟି କେସ ରୁଜୁ ହେବା ସହ ଛୋଟ ବଡ଼ ୭ଟି ଗାଡି ସିଜ ହୋଇଛି । ଏଥିରେ ସମ୍ପୃକ୍ତ ଥିବା ୧୬ ଜଣ ଗଞ୍ଜେଇ ମାଫିଆ ଧରାପଡିଛନ୍ତି ଓ ୩୭ଶହ କ୍ୱିଣ୍ଟାଲ ଗଞ୍ଜେଇ ଧରାଯାଇଛି । ଏଥି ସହ ବାହାର ରାଜ୍ୟରୁ ଆସୁଥିବା ବ୍ୟବସାୟୀ ମାନେ ବିଭିନ୍ନ ଢଙ୍ଗରେ ଚୋରା କାରବର କରୁଥିବା ଜଣାପଡିଛି ଯଥା ପରିବା, ପିଆଜ,କଦଳୀ,କାଜୁ,ମକା,ପ୍ଲାଷ୍ଟିକ ପେଟିରେ ଗଞ୍ଜେଇ ଭାରି ରାତି ଅଧ୍ୟରେ ନିଅନ୍ତି । ଏଭଳିକି ଗଞ୍ଜେଇ ନେଵା ପାଇଁ ଏକ ସ୍ୱତନ୍ତ୍ର ବାକ୍ସ ମଧ୍ୟ ବନାଇଥାନ୍ତି । ଏମାନଙ୍କୁ ଧରିବାରେ କିଛି ମାତ୍ରରେ ସଫଳ ହୋଇଛନ୍ତି ଗଜପତି ପୋଲିସ । ଏହା ସହ ମୋହନା,ଅଡବା,ଆର.ଉଦୟଗିରିଥାନା ଆଗକୁ ମଧ୍ୟ ଏହି ଚଢ଼ାଉ ଜାରି ରଖିବ । ଏହି ବ୍ୟବସାୟ ଯେଉଁ ବ୍ୟକ୍ତି କରୁଥିବେ ସେମାନେ ଏହା ଛାଡି ପରିବାର ପୋଷିବା ପାଇଁ ଅନ୍ୟ କୌଣସି ଧନ୍ଦା କରନ୍ତୁ,ନଚେତ ଆଗାମୀ ଦିନରେ ଅଞ୍ଚଳରେ ଗୋଟେ ମଧ୍ୟ ଗଞ୍ଜେଇ ଗଛ ଦେଖାଯିବନାହିଁ ବୋଲି ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ଶ୍ରୀ ଦିଲୀପ କୁମାର ନାୟକ କହିଛନ୍ତି ।ପ୍ରକାଶ ଥାଉକି ସେହିପରି ଆର.ଉଦୟଗିରିଥାନା ଅଧିକାରୀ ମମତା ନାୟକ ମଧ୍ୟ ଗଞ୍ଜେଇ,ଗାଡି,କିଛି ଅଭିଯୁକ୍ତଙ୍କୁ ମଧ୍ୟ ଧରିବାରେ ସଫଳ ହଇଛନ୍ତି ।ଏହି ତିନିଟିଥାନା ମଧ୍ୟରୁ ମୋହନା ଥାନା ଅଧିକାରୀ ବହୁ ପରିମାଣ ରେ ଗଞ୍ଜେଇ ମାଫିଆ,ଗାଡି ଓ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି

LEAVE A REPLY

Please enter your comment!
Please enter your name here