କୁନାକୁନି ଧରନ୍ତି ଥାଳ

0
1350

ଭାରତମାତାର କୋଟିଏ ସନ୍ତାନ
ତା ମଧ୍ଯରୁ ଯେ ହୁଅନ୍ତି ଅନ୍ତର୍ଦ୍ଧାନ
ଅତ୍ତାପତ୍ତା ମିଳେନି କାହା ସନ୍ତାନ
ତଥାପି କହୁ ମୋ ଭାରତ ମହାନ ॥
ଯାହା ପାଇଁ ଯେଉଁ ବିଭାଗ ରହିଛି
ସେମାନେ ବୁଝନ୍ତୁ ଏକାକୀ ସେ କାମ
ଆମେ ତ ହେଲୁ ଦେଖଣାହାରୀ ଜନ
କହୁ କିନ୍ତୁ ମାଆର ରଖିବା ନାମ ॥
ଭାରତ ମାତାର ସନ୍ତାନ ଯଦି ଓ
କହୁଛୁ ଭିନ୍ନ ଭିନ୍ନ କଥା ସର୍ବତ୍ର
ଛୁଆଁଅଛୁଆଁର ଭେଦଭାବ କରି
କହୁଛେ ଆମ ମାଟିମାଆ ପବିତ୍ର ॥
ସ୍ବାଧିନତା କଥା କହିପାରନ୍ତିନି
କେବେ ପଡେ କିଏ ମନ ରଖନ୍ତିନି
ଦେଶଭକ୍ତି ଗୀତ କେହି ନ ଗାଆନ୍ତି
ତଥାପି ମୋ ମାଆର ଲୁହ ଆସେନି ॥
ପ୍ରତିଜ୍ଞା କରିବା ସଭିଏଁ ଆସ ହେ
ହାତେ ସର୍ବେ ତ୍ରିରଙ୍ଗା ପତାକା ଧରି
ପିଲା ଠାରୁ ବୁଢା ଏକତ୍ର କରିହେ
ସେ ଦିବସ ପାଳିବା ଆସିଲା ବାରି ॥
ଏବର୍ଷ ସ୍ବାଧିନତା ଦିବସ ପରେ
ପଣକରିବା ସବୁ ପତାକା ଧରି
କୁନାକୁନି ନିଖୋଜ ହେବା ଆଗରୁ
ଦଲାଲଙ୍କୁ ହାତେ ହାତେ ଦେବା ଧରି ॥
କଅଁଳିଆ କୁନାକୁନିଙ୍କ ହାତରେ
ଦେଖିବା ଯିଏ ଯେଉଁଠି ଯେଉଁ ଥାଳ
ପିଲାଙ୍କୁ ଆପଣାର ବିଶ୍ବାସ ଦେଇ
ବୁଡାଇଦେବା ନିଖୋଜ ହେବା ବେଳ ॥

ଦିପ୍ତୀଲେଖା ମିଶ୍ର,ବ୍ରହ୍ମପୁର

LEAVE A REPLY

Please enter your comment!
Please enter your name here