ଓଡିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି

0
405

ଭୁବନେଶ୍ୱର:ରାଜ୍ୟବାସୀଙ୍କ ପାଇଁ ଆସିଛି ଏକ ଖୁସି ଖବର । କରୋନାକୁ ମାତ୍ ଦେବା ପାଇଁ ଓଡିଶାରେ ପ୍ଲାଜମା ଥେରାପି ମାଧ୍ୟମରେ ଆରମ୍ଭ ହେବ ଚିକିତ୍ସା । ଏକ ବୈଷୟିକ କମିଟି ଗଠନ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ନିର୍ଦ୍ଦେଶ ଦେଇଛନ୍ତି ।ଚିକିତ୍ସା ପଦ୍ଧତି ନିରୂପଣ ଓ ସଫଳ ରୂପାୟନ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ ହେବ। ରାଜ୍ୟର ପ୍ରମୁଖ ୪ଟି ହସ୍ପିଟାଲରେ ଏହା ଆରମ୍ଭ କରାଯିବ। ବିଶେଷକରି କଟକ ଏସ୍‌ସିବି, ଅଶ୍ୱିନୀ, ଭୁବନେଶ୍ୱରର ସମ୍‌ ଏବଂ କିମ୍ସ ହସ୍ପିଟାଲରେ ଏହା ଆରମ୍ଭ ହେବ। ତେବେ ପ୍ଲାଜମା ଥେରାପି ସହ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here