ଚୋର ସହ ଜବତ ହେଲା ସୁନା

0
540

ଭଞ୍ଜନଗର/ସୋରଡା(ନିଲୁ ବିଷୋୟୀ) ସୋରଡା ଥାନା ଅନ୍ତର୍ଗତ ମଥାଖାଲ ଗ୍ରାମର ଲିଲିମା ସେଠୀଙ୍କ ଘରୁ ସୁନା ଚୋରି ହୋଇଥିବା ନେଇ ଗତ ୧୯ ତାରିଖରେ ସୋରଡା ଥାନା ରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗ କୁ ଆଧାର କରି ସୋରଡା ପୋଲିସ କେସ ନମ୍ବର ୨୬୫/୨୦ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା। ଶେଷ ରେ ପୋଲିସ କୁ ଆଜି ସଫଳତା ମିଳିବା ସହ ଚୋରି ହୋଇଥିବା ସୁନା ସହ ଜଣେ ଅଭିଯୁକ୍ତ କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛି ବରଦାବିଲି ଗ୍ରାମର ବସନ୍ତ କୁମାର ସେଠୀ। ଗିରଫ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here