ନିଖୋଜ ଯୁବକର ମୃତଦେହ ପୋଖରିରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କଲା ଖଲ୍ଲିକୋଟ ପୋଲିସ ।

0
392

ଖଲ୍ଲିକୋଟ ( ପ୍ରଦୀପ୍ତ କୁମାର ସାହୁ) ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମଥୁରା ପଞ୍ଚାୟତର ନୂତନ ବ୍ରହ୍ମପୁରର ଉଦୟ ପାଣ୍ଡିଙ୍କ ଏକ ମାତ୍ର ପୁଅ ତାରିଣୀ ପାଣ୍ଡି , ବୟସ ୨୦ ବର୍ଷ , ଗତ ମାସ ୨୮ ତାରିଖରୁ ନିଖୋଜ ଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କଲାପରେ ନିରାଷ ହୋଇ ଶେଷରେ ଖଲ୍ଲିକୋଟ ଥାନାରେ ଏତଲା ଦେଇଥିଲେ । ଆଜି ଗ୍ରାମର କିଛି ଲୋକ ଜମିକୁ କାମ କରିବାକୁ ଯାଇ ଥିବା ବେଳେ ଗାଁ ନିକଟରେ ଏକ ଛୋଟ ପୋଖରୀରେ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଖଲ୍ଲିକୋଟ ପୋଲିସ ପହଞ୍ଚି ଶବକୁ ଯବତ କରିବା ସହ ଥାନା କେସ ନମ୍ବର ୧୧/୨୦୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here