ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବନି ଯାନବାହାନ

0
355

ଛତ୍ରପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) ଜିଲ୍ଲାରେ ଜୁଲାଇ ୩୧ ପର୍ଯ୍ୟନ୍ତ ବାଇକ ଚଳାଚଳକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।ଏଥିସହିତ ବିନା ପରିଚୟ ପ୍ରମାଣ ପତ୍ରରେ ବାଇକ ଛଡ଼ା ଯିବନାହିଁ ବୋଲି କୁହାଯାଇଛି । ସାଧାରଣ ଲୋକଙ୍କୁ ଜିଲ୍ଲାର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସହଯୋଗ କରିବାକୁ ଅନୁରୋଧ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇ କୁହାଯାଇଛି ଯେ, ଜୁଲାଇ ପହିଲାରୁ ଏହି କଟକଣା ଲାଗୁ ହେବ । ଗଞ୍ଜାମରେ ସର୍ବାଧିକ କରୋନା ସଂକ୍ରମିତ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଜରୁରୀ ନଥିଲେ ଘରୁ ନବାହାରିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଅପରପକ୍ଷରେ ବରିଷ୍ଠ ନାଗରିକଙ୍କୁ ଘରେ ରହିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here