ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

0
375

ଭଞ୍ଜନଗର/ ଜଗନ୍ନାଥପ୍ରସାଦ (ନିଲୁ ବିଶୋଇ) ଗଲୱ।ନ ଘାଟିରେ ଚୀନ ସେନାର ଅତର୍କିତ ଆକ୍ରମଣର ମୁକାବିଲା ସମୟରେ ଆମର ବୀର ୨୦ ଭାରତୀୟ ସୈନ୍ୟ ଶହୀଦ ହୋଇଥିବା ବେଳେ ସେଥିରେ ଓଡିଶାର ୨ ଯବାନ ମଧ୍ୟ ଶହୀଦ ହୋଇଛନ୍ତି । ଏହି ପରିପେକ୍ଷୀରେ ଶହୀଦ ଯବାନଙ୍କ ଉଦେଶ୍ୟରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଜଗନ୍ନାଥ ପ୍ରଶାଦ ବ୍ଳକ ଅନ୍ତର୍ଗତ ବରଗାଁ ଯୁବପିଢ଼ି ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଛି ।କ୍ୟାଣ୍ଡେଲ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ସହ ଚୀନ ସୈନ୍ୟର ଦୋମୁହାଁ ନୀତି ମୁକାବିଲା ନିମନ୍ତେ ପ୍ରତ୍ୟେକ ନାଗରିକ ଚାଇନା ବସ୍ତୁ ପ୍ରତ୍ୟାହାର ନିମନ୍ତେ ସଂକଳ୍ପ ଗ୍ରହଣ କରିବାକୁ ଆୟୋଜିତ କାର୍ଯ୍ୟକ୍ରମରେ ଆହ୍ୱାନ ଦିଆଯାଇଥିଲା। ସେହିଭଳି କାଯ୍ୟକର୍ମ ରେ ଉପସ୍ଥିତ ଗ୍ରାମର ଯୁବପିଢ଼ି ଚୀନ ସାମଗ୍ରୀ ବର୍ଜନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସମାଜ ସେବୀ ରାଜେଶ ନାୟକ , ସୁନିଲ ସେଠୀ, ଶୁଭ୍ରାଂଶୁ ଶେଖର ବାରିକ,ବରଗାଁ ସରପଞ୍ଚ ଉମା ଶଙ୍କର ବାରିକ , ଭାଇସ ଚେଇରୀମେନ ହିମାଂଶୁ ଶେଖର ବାରିକ , ଗ୍ରାମ ସଭାପତି ବିଦ୍ୟାଧର ପ୍ରଧାନ ଓ ଗ୍ରାମର ସମସ୍ତ ଯୁବ ପିଢ଼ି ସାମିଲ ହୋଇଥିଲେ

LEAVE A REPLY

Please enter your comment!
Please enter your name here