ସହିଦଙ୍କୁ ଶ୍ରଦ୍ଧାଞ୍ଜଳି l

0
465

ଗଞ୍ଜାମ(ନ୍ୟୁଜଏକ୍ସଟ୍ରା ବ୍ୟୁରୋ)ଲଦାଖର ଗଲୱାନ ଘାଟିରେ ଚୀନ ସହିତ ସଂଘର୍ଷରେ ସହିଦ ହୋଇଥିବା ଓଡ଼ିଶାର ଦୁଇ ସୁପୁତ୍ର ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନଙ୍କୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି l ଆଜି ଉଭୟଙ୍କ ପାର୍ଥିବ ଶରୀର ଓଡିଶା ଆସିବା ପରେ ରାଜ୍ୟପାଳ ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ଵ୍ୟକ୍ତି ପୁଷ୍ପଗୁଛ ପ୍ରଦାନ କରି ସାମ୍ନାନିତ କରିଥିଲେ l ସହିଦଙ୍କ ବିୟୋଗ ବହୁତ ମତେ ବହୁତ ବ୍ୟଥିତ କରିଛି l  ସେମାନଙ୍କ ଦେଶପ୍ରେମ ଓ ବଳିଦାନ ଚିର ସ୍ମରଣୀୟ ରହିବ l ଉଭୟଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରି ଟ୍ୱିଟ କରିଥିଲେ ମୁଖ୍ୟମନ୍ତ୍ରୀ l ସେହିପରି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଜନତା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀ ମାନେ ସହିଦଙ୍କ ଉଦେଶ୍ୟରେ ଦୁଇ ମିନଟ ପ୍ରାର୍ଥନା କରି ସଦଗତି କାମନା କରିଥିଲେ l ଏଥିରେ ଖଣ୍ଡିଆନଈ ସରପଞ୍ଚ ପ୍ରତିନିଧି ଅକ୍ଷୟ ପ୍ରଧାନ, ମୁନା ପଣ୍ଡା, ମୁନା ପଟ୍ଟନାୟକ, ସୁଶାନ୍ତ ବାରିକ ଯୋଗଦେଇ ସହିଦଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l  

LEAVE A REPLY

Please enter your comment!
Please enter your name here