ଗୋଷ୍ଟି ସଂଘର୍ଷରେ ୨ଗୁରୁତର

0
607

ଭଞ୍ଜନଗର/ଜଗନ୍ନାଥ ପ୍ରସାଦ(ନିଲୁ ବିଶୋଇ) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଅଲାଡ଼ି ଗ୍ରାମପଂଚାୟତ ରେ ଗୋଷ୍ଠୀ ସଂଘର୍ଷ ରେ ଚାରି ଆହତ ହୋଇ ଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଅଲାଡ଼ି ଗ୍ରାମର ପୂର୍ଵତନ ସରପଞ୍ଚ ଦିଗାମ୍ବର ସାସମଲ (ପିଣ୍ଟୁ )ଓ ବସନ୍ତ ଗୌଡ଼ ବାଇକ ଯୋଗେ ଭୁବନେଶ୍ୱର ରୁ ନିଜ ଗ୍ରାମକୁ ଫେରୁଥିବା ବେଳେ କୁମୁଣ୍ଡା ଗ୍ରାମ ନିକଟରେ ଥିବା ଏକ କୁକୁଡ଼ା ଫାର୍ମ ନିକଟରେ ସୁଧୀର ପୋଲାଇ ଓ ଭଞ୍ଜ ଡାକୁଆ ଓ ଉଭୟ ଙ୍କ ମଧ୍ୟରେ କୌଣସି ବିଷୟ ନେଇ ବଚସା ହୋଇଥିଲା । ଉଭୟ ପକ୍ଷ ମଧ୍ୟରେ ଘଟଣା ସ୍ଥଳରେ ମାର ପିଟ ହୋଇ ରକ୍ତାକ୍ତ ହୋଇଥିଲେ। ଘଟଣା ସ୍ଥଳରୁ ପିଣ୍ଟୁ ଓ ବସନ୍ତ ଗୁରୁତର ଅବସ୍ଥା ରେ ଜଗନ୍ନାଥପ୍ରସାଦ ମେଡିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ଅଵସ୍ଥା ଗୁରୁତର ହେବାରୁ ଡାକ୍ତର ଦୁହିଁଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରିଛନ୍ତି । ଅପରପକ୍ଷରେ ସୁଧୀର ଓ ଭଞ୍ଜ ସ୍ଥାନୀୟ ମେଡିକାଲ ରେ ଚିକିତ୍ସିତ ହୋଇ ବର୍ତ୍ତମାନ ପୋଲିସ ଥାନା ରେ ରଖି ପଚରା ଉଚରା କରୁଥିବା ସୂଚନା ମିଳିଛି । ପୂର୍ଵ ଶତ୍ରୁତା ଓ ମଦ ବେପାର କୁ ନେଇ ଗଣ୍ଡଗୋଳ ହୋଇଥିବା ଅନୁମାନ କରାଯାଉଛି। ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here