ବାଇକ ଧକ୍କାରେ ଯୁବକ ଆହତ

0
493

ଭଞ୍ଜନଗର: ଭଞ୍ଜନଗର ଥାନା ଅଧୀନ ଖାରିଗୁଡା ନିକଟରେ ସଡ଼କ ଦୁର୍ଘଟଣା ଘଟି ଗ୍ରାମର ମୋହନ ନାୟକଙ୍କ ପୁଅ ସଂଗ୍ରାମ ନାୟକ(୩୦) ଗୁରୁତର ଆହାତ ହୋଇଛନ୍ତି। ନିଧିଆପଲ୍ଲୀ ଅଞ୍ଚଳର ଜଣେ ଯୁବକ ମଟର ସାଇକଲରେ ଦଦରଲୁଣ୍ଡା ଆଡ଼କୁ ଆସୁଥିବା ବେଳେ ସେହି ସମୟରେ ସଂଗ୍ରାମ ରାସ୍ତା ପାର ହେଉଥିଲେ। ଦ୍ରୁତଗତିରେ ଆସି ସଂଗ୍ରାମକୁ ଧକ୍କା ଦେବା ସହ ରାସ୍ତାକଡରେ ଥିବା ବିଦ୍ୟୁତ୍ ଖୁଣ୍ଟ୍ ନିକଟରେ ପଡିଯାଇଥିଲେ। ଏହାପରେ ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ସଂଗ୍ରାମକୁ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିବା ସହ ଯୁବକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here