ଯୁବକଙ୍କ ମୃତ୍ୟୁ କାରଣ ଅସ୍ପଷ୍ଟ 

0
339

ଭଞ୍ଜନଗର(ନିଲୁ ବିଶୋଇ) ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଗାମୁଣ୍ଡି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି |ସେହି ଗ୍ରାମର ତ୍ରିନାଥ ପଲାଇଙ୍କ ପୁଅ ଉମାଚରଣ ପଲାଇ (୪୫) ଙ୍କ ଆଜି ମୃତ୍ୟୁ ଘଟିଛି | ଉମା ପୂର୍ବରୁ ମୁମ୍ବାଇ ରେ  ରହୁଥିଲେ ସେ କିଛି ଦିନ ପୂର୍ବେ  ମୁମ୍ବାଇରୁ ଆସି ଗୁରାବାଡ଼ି ଗ୍ରାମର  ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ | ସଙ୍ଗ ରୋଧ କେନ୍ଦ୍ରରେ ରହିବା ପରେ ୨୦ ଦିନ ପୂର୍ବରୁ ଘରକୁ  ଫେରିଥିଲେ |ଉମା ଆଜି ସକାଳ ୮.୩୦ ସମୟରେ ଘରେ ଗାଧୋଇବାକୁ   ଯାଇଥିଲେ ଓ  ଗାଧୋଇସାରିଲା ପରେ ହଠାତ ତାଙ୍କ ଛାତିରେ  ଯନ୍ତ୍ରଣା ହେବାରୁ ଘରେ  ସୋଇପଡ଼ିଥିଲେ | କିନ୍ତୁ ଛାତିରେ ଅଧିକ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ଘର ଲୋକ ତାଙ୍କୁ ଭଞ୍ଜନଗର ଡାକ୍ତରଖାନାକୁ ଆଣିଥିଲେ | କିନ୍ତୁ ତାଙ୍କୁ ଡାକ୍ତର ସେଠାରେ  ମୃତ ଘୋଷଣା କରିଛନ୍ତି |ପୋଲିସ ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଦେଇଛି |ଏକ ଅପମୃତ ମାମଲା ରୁଜୁ କରି ପୋଲିସ  ଏହାର ତଦନ୍ତ  ଚଳାଇଥିବା ଥାନାଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି |

LEAVE A REPLY

Please enter your comment!
Please enter your name here