ଉତ୍ତର ଘୁମୁସର ବନଖଣ୍ଡକୁ ଗଲା “ମୋ ଖତ “

0
244

ବୁଗୁଡା: ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜୁନ ୫ ତାରିଖ ଦିନ ୨୫୦୦ କିଗ୍ରା “ମୋ ଖତ” ଉତ୍ତର ଘୁମୁସର ବନଖଣ୍ଡକୁ ବିକ୍ରି କରାଯାଇଥିବା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ପ୍ରକାଶ କରିଛନ୍ତି। ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କାନ୍ତ ଦଳେଇ ବୃକ୍ଷ ରୋପଣ ପାଇଁ ଖତର ଆବଶ୍ୟକ ଥିବା ଦର୍ଶାଇ ବୁଗୁଡା ଏନଏସିକୁ ପତ୍ରଲେଖିଥିଲେ। ସେହି ଚିଠି ପ୍ରକାରେ ଆଜି କିଲୋ ପିଛା ୨୦ ଟଙ୍କା ହିସାବରେ ୨୫୦୦ କିଗ୍ରା “ମୋ ଖତ” କୁ ୫୦,୦୦୦/- ଟଙ୍କାରେ ଉତ୍ତର ଘୁମୁସର ବନଖଣ୍ଡ କାର୍ଯ୍ୟାଳୟକୁ ବିକ୍ରୀ କରାଯାଇଛି। ବୁଗୁଡା ଏନଏସିର ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ରରୁ ଉପ୍ତାଦିତ ମୋ ଖତ ବିତରଣ ଗାଡିକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦାଶ ସବୁଜ ରଙ୍ଗର ପତାକା ଦେଖାଇ ପରିବହନର ଶୁଭାରମ୍ଭ କରିଥିଲେ। ଏନଏସିର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here