ମାଣିତରା +୨ କଳା ଶ୍ରେଣୀରେ ଶତପ୍ରତିଶତ ଉତ୍ତୀର୍ଣ୍ଣ

0
256

ବୁଗୁଡା : ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ କଳା ଶ୍ରେଣୀର ପରୀକ୍ଷା ଫଳ ଶତପ୍ରତିଶତ ହୋଇଥିବା ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅନୁପ କୁମାର ପଣ୍ଡା ପ୍ରକାଶ କରିଛନ୍ତି। ଆଜି +୨ କଳା ପରୀକ୍ଷା ଫଳ ପ୍ରକାଶ ପାଇଛି। ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୦୯ ଜଣ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୫ ଜଣ ପ୍ରଥମ ଶ୍ରେଣୀ, ୩୪ ଜଣ ଦ୍ଵିତୀୟ ଶ୍ରେଣୀ ଓ ୧୬୦ ଜଣ ତୃତୀୟ ଶ୍ରେଣୀ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ଶିକ୍ଷାନୁଷ୍ଠାନରେ ରାଜା ପାତ୍ର ପ୍ରଥମ ହୋଇଥିବାବେଳେ ମନୀଷା ମୁଳି ଦ୍ବିତୀୟ ଓ କୃଷ୍ଣ ସ୍ୱାଇଁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here