ଅମାନିଆ ବାଇକ ଚାଳକ ମାନଙ୍କୁ ସାବାଡ଼ କଲା ପୋଲିସ ; ଥାନାରେ ଅଟକ ଶହେ ରୁ ଉର୍ଦ୍ଧ୍ବ ବାଇକ

0
492

ଭଞ୍ଜନଗର (ନିଲୁ ବିଶୋଇ) ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୯ ଘଣ୍ଟିଆ ସଟ ଡାଉନ ଘୋଷଣା ହେବା ପରେ ଭଞ୍ଜନଗର ପ୍ରଶାସନ ଓ ପୋଲିସ ପକ୍ଷରୁ ଚେକିଂଗୀ ଜୋରଦାର କରାଯାଇ ମୋଟା ଅଙ୍କର ଜରିମାନା ମଧ୍ଯ ଆଦାୟ କରାଯାଉଛି । ସେହିପରି ଆଜି ପୋଲିସ ପକ୍ଷରୁ ଥାନା ସମ୍ମୁଖରେ ଚେକିଂଙ୍ଗୀ କରାଯାଇ ରାସ୍ତା ଉପରେ ନିୟମ ଉଲଂଘନ କରି ବୁଲୁ ଥିବା ଲୋକ ମାନଙ୍କର ପ୍ରାୟ ଶହେ ରୁ ଉର୍ଦ୍ଧ୍ବ ବାଇକ ଜବତ କରାଯାଇ ୩୦୦୦୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ତହସିଲଦାର ଆଲୋକ କୁମାର ପ୍ରଧାନ, ଉପଖଣ୍ଡ ପଂଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ ଓ ଏନ.ଏ. ସି କର୍ମଚାରୀ ମାନେ ମଧ୍ୟ ସହରର ବିଭିନ୍ନ ସ୍ଥାନରେ ରହି ଗାଡି ମୋଟର ତଦାରଖ କରିବା ସହ ୯ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ଆଗାମୀ ଦିନରେ ଏହି ପରି ଅମାନିଆ ଧରପଗଡ଼ ଜାରି ରହିବ ବୋଲି କୁହାଯାଇଛି।

LEAVE A REPLY

Please enter your comment!
Please enter your name here