ସେସୁ ପରିଚାଳନା ଦାୟିତ୍ବ ହାତକୁ ନେଲା ଟାଟା

0
349

ଭୁବନେଶ୍ୱର:‘ସେସୁ’ ଟାଟା ପାୱାର କମ୍ପାନୀ ଅଧୀନକୁ ଜୁନ୍ ୧ରୁ ଯାଇଛି । ଏଥି ନେଇ ସେସୁ ଏବଂ ଟାଟା ପାୱାର କମ୍ପାନୀ ମଧ୍ୟରେ ବିଧିବଦ୍ଧ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି । ଚୁକ୍ତି ଅନୁଯାୟୀ ସେସୁ ୫୧ ପ୍ରତିଶତ ଅଂଶଧନ ଟାଟାକୁ ହସ୍ତାନ୍ତର କରିଛି । ଏହା ଟାଟା ପାୱାର ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରି ବ୍ୟୁସନ୍ ଲିଃ ନାମରେ ନାମିତ ହୋଇଛି । ଏହି ନୂତନ କମ୍ପାନୀର ପରିଚାଳନା ନିମନ୍ତେ ୯ ଜଣିଆ ବୋର୍ଡ ଅଫ୍ ଡାଇରେକ୍ଟର୍ସ ରହିବେ । ସେଥିରେ ଟାଟା ପାୱାର ୫ ଜଣ ଏବଂ ସରକାରଙ୍କ ତରଫରୁ ଜଣ ଡାଇରେକ୍ଟର ରହିବେ । ବୁଝାମଣା ଅନୁଯାୟୀ ବର୍ତ୍ତମାନ ଗ୍ରୀଡ୍‌କୋର ଅଧ୍ୟକ୍ଷ ସୌରଭ ଗର୍ଗ ଏହି ବୋର୍ଡର ଡାଇରେକ୍ଟର୍ସର ଅଧ୍ୟକ୍ଷ ଭାବେ କାର୍ଯ୍ୟ ଚଳାଇବେ । ତତ୍ ସହିତ ଯେଉଁ କର୍ମଚାରୀ ମାନେସେସୁ ଅଧୀନରେ କାର୍ଯ୍ୟ କରୁଥିଲେ ସେମାନେ ପୂର୍ବବତ୍ ନୂତନ କମ୍ପାନୀରେ କାର୍ଯ୍ୟ କରିବେ । ତାଙ୍କର ଚାକିରି ସର୍ତ୍ତରେ କୌଣସି ପରିବର୍ତ୍ତନ ହେବନାହିଁ । ଏହି ହସ୍ତାନ୍ତର ପ୍ରକ୍ରିୟା ଯୋଗୁଁ ସେସୁର ୫ଟି ସର୍କଲ ଟାଟା ପାୱାର ଅଧୀନକୁ ଆସିଛି । ଏଥିରେ ଭୁବନେଶ୍ୱରର ୨ଟି ସର୍କଲ, ଢେଙ୍କାନାଳ, କଟକ ଓ ପାରାଦ୍ୱୀପର ଗୋଟିଏ ଲେଖାଏଁ ସର୍କଲ ରହିଛି । ଏହି ସର୍କଲଗୁଡ଼ିକ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ ଓ ନୟାଗଡ଼ ଜିଲ୍ଲା ମଧ୍ୟରେ ଅନ୍ତର୍ଗତ । ‘ସେସୁ’ ଟାଟା ପାୱାରକୁ ଯିବା ପରେ ପୂର୍ବରୁ କମ୍ପାନୀ ସମ୍ମୁଖୀନ ହେଉଥିବା ସମୁଦାୟ ବୈଷୟିକ ଓ ବାଣିଜ୍ୟିକ କ୍ଷତିକୁ ରୋକାଯାଇ ପାରିବ । ବିଦ୍ୟୁତ ସେବାରେ ଉନ୍ନତି ଆଣିବା, ଉନ୍ନତ ମାନର ବିଦ୍ୟୁତ ବଣ୍ଟନ ଏବଂ ସୁବ୍ୟବସ୍ଥିତ ବିଦ୍ୟୁତ ଦେୟ ଆଦାୟ ହୋଇ ପାରିବ େ ବାଲି ଆଶା କରାଯାଉଛି । ଏଠାରେ ସୂଚନାଯୋଗ୍ୟ ଯେ ଦୀର୍ଘଦିନଧରି ଏହି ବିକ୍ରି ପ୍ରକ୍ରିୟା ଚାଲିଥିଲା ଏବଂ ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ଏହା ନୂଆ କମ୍ପାନୀରେ ପରିଣତ ହେବା ଧାର୍ଯ୍ୟ ହୋଇଥିଲା । ତେବେ କୋଭିଡ୍ ପାଇଁ ଏହି ବିଳମ୍ବ ହୋଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here