ଜିଲ୍ଲାସ୍ତରୀୟ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ

0
260

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ଅବସରରେ ଗଜପତି ଜିଲ୍ଲା ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଲିଙ୍ଗରାଜ ପଣ୍ଡାଙ୍କ ଦ୍ୱାରା ଆଜି ଜିଲ୍ଲାସ୍ତରୀୟ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ହୋଇଯାଇଛି । ଜିଲ୍ଲାର ସମସ୍ତ ଭୋଟର ଗ୍ରହଣ କେନ୍ଦ୍ର ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ତହସିଲଦାରଙ୍କ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରକାଶିତ ହୋଇଅଛି । ଚଳିତ ଭୋଟର ତାଲିକାରେ ଜିଲ୍ଲାର ସମୁଦାୟ ଭୋଟରଙ୍କ ବିବରଣୀ ସୂଚନା ପ୍ରଦାନ କରାଯାଇଛି । ୧୩୬-ମୋହନା ନିର୍ବାଚନ ମଣ୍ଡଳୀରେ ସମୁଦାୟ ପୁରୁଷ ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୧୧ହଜାର ୫୯୪ ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୧୮ହଜାର ୦୫୩ ରହିଛନ୍ତି । ଏପରି ମୋହନା ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟରଙ୍କ ସଂଖ୍ୟା ୨ଲକ୍ଷ ୨୯ହଜାର ୬୪୭ ରହିଛନ୍ତି । ସେହିପରି ୧୩୭-ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୧ଲକ୍ଷ ୦୩ହଜାର ୩୫୭ ପୁରୁଷ ଭୋଟର ରହିଥିବା ବେଳେ ୧ଲକ୍ଷ ୦୬ହଜାର ୫୮୪ ମହିଳା ଭୋଟର ରହିଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ସନୁଦାୟ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୦୯ହଜାର ୯୪୦ ଭୋଟର ରହିଛନ୍ତି । ଏପରି ଭାବେ ଜିଲ୍ଲାର ଦୁଇଗୋଟି ବିଧାନ ସଭା ମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ୨ଲକ୍ଷ ୧୪ହଜାର ୯୫୦ ପୁରୁଷ ଭୋଟର ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୨ଲକ୍ଷ ୨୪ ହଜାର ୬୩୭ ରହିଛନ୍ତି । ସମଗ୍ର ଜିଲ୍ଲାରେ ମହିଳା ଓ ପୁରୁଷ ଭୋଟରଙ୍କ ସଂଖ୍ୟା ମିଶାଇଲେ ୪ଲକ୍ଷ ୩୯ ୫୮୭ଭୋଟର ରହିଥିବାର ସୂଚନା ପ୍ରଦାନ କରାଯାଇଛି । ଚୁଡାନ୍ତ ଭୋଟର ତାଲିକାରେ ୨୦୨୨ରେ ମୋଟ ୧୧ହଜାର ୨୬୯ ଜଣ ନୂତନ ଭାବେ ନାମ ପଞ୍ଜିକୃତ କରିଥିଲେ । ଏତଦ୍ ମଧ୍ୟରୁ ଯୁବ ବର୍ଗର ଭୋଟର ୪ହଜାର ୯୯୬ଜଣଙ୍କ (୧୮-୧୯ବୟସର) ନାମ ପଞ୍ଜିକୃତ ହୋଇଛି । ସେହିଭଳି ଚୁଡାନ୍ତ ଭୋଟର ତାଲିକା-୨୦୨୨ରେ ଯୋଗ, ବାଦ, ସଂଶୋଧନ ଏବଂ ସ୍ଥାନାନ୍ତର ପ୍ରକ୍ରିୟାରେ ୨୨ହଜାର ୨୯୦ ଆବେଦନ ପତ୍ର ଗ୍ରହଣ କରାଯାଇଥିଲା । ଏତଦ୍ ମଧ୍ୟରୁ ଅନ୍‌ଲାଇନ ଆବେଦନରେ ୧୪ହଜାର ୧୨୭ ଫର୍ମ ଏବଂ ଅଫ୍‌ଲାଇନ୍ ଆବେଦନରେ ୮ ହଜାର ୧୬୩ ଫର୍ମ ଗ୍ରହଣ କରାଯାଇଥିଲା । ସେହିଭଳି ଜିଲ୍ଲାରେ ଭୋଟରଙ୍କ ସଂଖ୍ୟା ନୂତନ ଭାବେ ୧୧ହଜାର ୨୬୯ ଭୋଟରଙ୍କ ସଂଖ୍ୟା ବଢିଥିବା ବେଳେ ୩ହଜାର ୧୬୩ ଜଣ ବାଦ ପଡିଥିବାବେଳେ ୬ହଜାର ୯୮୦ ଭୋଟର ସଂଶୋଧନ କରିଛନ୍ତି । ସେହିଭଳି ୨୧୭ଜଣ ଭୋଟର ସ୍ଥାନାନ୍ତର କରାଯାଇଥିବାର ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲାରେ ବର୍ତ୍ତମାନ ମହିଳା ଓ ପୁରୁଷଙ୍କ ଆନୁପାତିକ ହାର ୧ଜାରରେ ୧୦୪୨ ମହିଳା ରହିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳ ଯଥା ବିଜେଡି ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ, ବାମପନ୍ଥୀ ନେତା ଜେନା ସୁବାଶ ଚନ୍ଦ୍ର ରାଓ, ଏବଂ କୈଣସି ଭାରତୀୟ ଜାତୀୟ ଦଳ ର କୈାଣସି ସଦସ୍ୟ ଉପସ୍ଥିତ ନଥିବା ଦେଖିବାକୁ ମିଳିଥିବା pବେଳେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଦିଲ୍ଲିପ କୁମାର ମହାରଣା, ତହସିଲଦାର ତଥା ନିର୍ବାଚନ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ଅଚ୍ୟୁତାନନ୍ଦ ଜାନୀ ପ୍ରମୁଖ ବୈଠକ ରେ ଉପସ୍ଥିତଥିଲେ ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here