ୱାନ ନେସନ, ୱାନ ରାସନ କାର୍ଡ ଯୋଜନାରେ ଓଡ଼ିଶା ସମେତ ୩ ରାଜ୍ୟ ସାମିଲ

0
499

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ୱାନ ନେସନ, ୱାନ ରାସନ କାର୍ଡ ଯୋଜନାରେ ସାମିଲ ହେଲେ ଆଉ ୩ ରାଜ୍ୟ। ଓଡିଶା, ସିକ୍କିମ୍ ଏବଂ ମିଜୋରାମ ସାମିଲ ହୋଇଥିବା ନେଇ କେନ୍ଦ୍ର ଖାଉଟି ବ୍ୟାପାର କଲ୍ୟାଣ ମନ୍ତ୍ରୀ ରାମ ଭିଲାସ ପାସୱାନ ସୂଚନା ଦେଇଛନ୍ତି। ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅଧୀନରେ ଗୋଟିଏ ଦେଶ ଓ ଗୋଟିଏ ରାସନ କାର୍ଡ ଜରିଆରେ ରାସନ କାର୍ଡଧାରୀ ଦେଶର ଯେକୌଣସି ସ୍ଥାନରୁ ସେମାନଙ୍କ ରାସନ ସାମଗ୍ରୀ ପାଇପାରିବେ । ତେବେ ଏହି ସୁବିଧା ପାଇବା ଲାଗି ସେମାନଙ୍କ ରାସନକାର୍ଡକୁ ଆଧାର କାର୍ଡରେ ଇପିଏସ୍‌ଓ ଦ୍ୱାରା ଯୋଡିବାକୁ ହେବ । ଏଯାଏଁ ଏହି ସୁବିଧା ଦେଶରେ କେବଳ ୧୭ଟି ରାଜ୍ୟ ଓ ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳକୁ ମିଳୁଥିଲା । ଆସନ୍ତା ବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସବୁ ରାଜ୍ୟ ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ଯୋଜନାରେ ସାମିଲ ହେବା ପରେ ଏହାକୁ ଜାତୀୟ ସ୍ତରରେ ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ କରାଯିବ ।

LEAVE A REPLY

Please enter your comment!
Please enter your name here