ମିଳୁନି ଏନଆରଇଜିଏ ପ୍ରାପ୍ୟ , ବ୍ଲକ୍ କାର୍ଯ୍ୟଳୟ ଆଗରେ ଧାରଣା

0
240

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ର ପେଟାପାଙ୍ଗା ପଂଚାୟତ ର ଗଟାମହା, ଜାଟିଗୁଡ଼ା ରେ ଏନଆରଇଜିଏ ପ୍ରାପ୍ୟ ମିଳିବାରେ ବିଳମ୍ବ ଘଟୁଛି । କାମ କରିଥିଲେ ମଧ୍ୟ ଠିକ୍ ସମୟରେ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଇଛନ୍ତି ଶ୍ରମିକ । ଏ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ସୁଫଳ ମିଳୁନି । କିଛି ଶ୍ରମିକ ଟଙ୍କା ପାଇଥିଲେ ମଧ୍ୟ ବୋନସ ଟଙ୍କା ମିଳିପାରୁନଥିବା ଅଭିଯୋଗ କରିଥିଲେ ।ଗୁରୁବାର ଯୁବ ନେତା ପ୍ରତାପ ପ୍ରଧାନ ଙ୍କ ନେତୃତ୍ଵ ରେ ଶ୍ରମିକ ମାନେ ବିଡ଼ିଓ ଙ୍କୁ ଦେଖାକରିବା ପାଇଁ ଆସିଥିଲେ ବିଡ଼ିଓ ଙ୍କୁ ଦେଖା କରିପାରିନଥିଲେ । ବାଧ୍ୟ ହୋଇ ଅପରାହ୍ନ ଦୁଇଟା ରୁ ସନ୍ଧ୍ୟା ଛଅ ଟା ପର୍ଯ୍ୟନ୍ତ କାର୍ଯ୍ୟଳୟ ସମ୍ମୁଖ ରେ ବସି ରହିଥିଲେ । ଛଅଟା ବେଳେ ବିଡ଼ିଓ ଙ୍କୁ ଭେଟି ଅଭିଯୋଗ ଜଣାଇବା ସହ ଏହାର ତଦନ୍ତ କରାଯିବା ନେଇ ପ୍ରତିଶ୍ରୁତି ପାଇବା ପରେ ଧାରଣା ରୁ ହଟିଥିଲେ ।

LEAVE A REPLY

Please enter your comment!
Please enter your name here