ଜଗନ୍ନାଥପ୍ରସାଦ ପୋଲିସ ଥାନା ଓ ଆମ ଓଡ଼ିଶା ମିଳିତ ସହଯୋଗରେ ରକ୍ତ ଦାନ ଶିବିର : ୪୦ ୟୁନିଟ ରକ୍ତ ସଂଗ୍ରହ

0
379

ଜଗନ୍ନାଥପ୍ରସାଦ(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ): କୋରନା ମାହାମରୀ ପାଇଁ ଲକ୍ ଡାଉନ ଚାଲିଥିବା ବେଳେ ସରକାର ବହୁ ସାମାଜିକ ଓ ସାମୁହିକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇଛନ୍ତି। ଏଠି ପାଇଁ ବିଭିନ୍ନ ଅନୁଷ୍ଠାନ ଓ ସଂଘଠନ ପକ୍ଷରୁ ଚାଲି ଆସୁଥିବା ରକ୍ତଦାନ ଶିବିର ଆୟୋଜନ ହୋଇପାରୁନାହିଁ। ଏ ନେଇ ଆଜି ଜଗନ୍ନାଥପ୍ରଶାଦ ପୋଲିସ ଓ ଆମ ଓଡ଼ିଶା ପକ୍ଷରୁ ଏକ ମିଳିତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ଯୁବରାଜ ସ୍ୱାଇଁ ଓ ଆମ ଓଡ଼ିଶାର ମିଳିତ ଉଦ୍ୟମରେ ଜଗନ୍ନାଥ ପ୍ରଶାଦ ଥାନା ପରିସରରେ ଏହି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ଏହି ରକ୍ତଦାନ ଶିବିର ଉଦଘାଟନ କରିବା ସହ ଉପସ୍ଥିତ ରହି ରକ୍ତଦାତା ମାନକୁ ଉଚ୍ଚ।ହିତ କରିଥିଲେ। ଏହି ରକ୍ତଦାନ ଶିବିରରେ ପୋଲିସ କର୍ମଚାରୀ ମାନ ଙ୍କ ସହ ବହୁ ଯୁବକ ରକ୍ତଦାନ କରିଥିବା ବେଳେ ମୋଟ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।ଏହି ରକ୍ତ ଦାନ ଶିବିରରେ ପୋଲିସ ଥାନାର ସମସ୍ତ କର୍ମଚାରୀ , ଭଞ୍ଜନଗର ଓଡ଼ିଶା ରକ୍ତ ଭଣ୍ଡାର କର୍ମଚାରୀ, ଗଞ୍ଜାମ ଜିଲ୍ଲା ସଂଯୋଜକ ଯୁବରେଡ଼କ୍ରସର ବି.ଗୋବିନ୍ଦ ରାଓ, ଜଗନ୍ନାଥପ୍ରଶାଦ ଆଞ୍ଚଳିକ ମହାବିଦ୍ୟାଳୟର ରେଡ଼ରିବନ କ୍ଲବର କାଉନସିଲର ଅଧ୍ୟାପକ ଲୋକନାଥ ମହାନ୍ତି,ରକ୍ତଦାନ ସମୟରେ ସହାୟତା କରିଥିଲେ।ଜଗନ୍ନାଥ ପ୍ରସାଦ ବ୍ଲକ ସମ୍ବାଦ ପ୍ରତିନିଧି ଚନ୍ଦ୍ରକେତୁ ରାଉତ ଓ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ସମସ୍ତ ରକ୍ତଦାତା ଯୁବକ ମାନଙ୍କୁ ଉଛ।ହିତ କରିଥିଲେ।

LEAVE A REPLY

Please enter your comment!
Please enter your name here