ବାଘୁଆ ନଦୀ ଜଳଗଣ୍ଡରେ ବୁଡି ଯୁବକଙ୍କ ମୃତ୍ୟୁ

0
344

ବୁଗୁଡ଼ା(ନ୍ୟୁଜଏକ୍ସଟ୍ରା/ଅନିଲ କୁମାର ମହାରଣା):ବୁଗୁଡା ଥାନା, ଭାମଶ୍ୟାଳି ଗ୍ରାମ ନୂଆ ସାହିର କାହ୍ନୁ ନାହାକ (୨୬) ବାଘୁଆ ନଦୀର ଏକ ଜଳଗଣ୍ଡ ରେ ବୁଡିଯାଇ ମୃତ୍ୟୁ ବରଣ କରିଥିବା ଜଣାଯାଇଛି। ଭାମଶ୍ୟାଳି ଗ୍ରାମର ଶଙ୍କର ନାହାକଙ୍କ ପୁତ୍ର କାହ୍ନୁ ନାହାକ ରବିବାର ସକାଳ ପ୍ରାୟ ୭ଟା ସମୟରେ ବାଘୁଆ ନଦୀର ଜଳଗଣ୍ଡକୁ ସ୍ନାନ କରିବାକୁ ଯାଇ ବୁଡିଯାଇଥିଲେ। କିଛି ମହିଳା କାହ୍ନୁ ଉବୁଟୁବୁ ହେଉଥିବା ଦେଖି ଲୋକଙ୍କୁ ଡାକି ଉଦ୍ଧାର କରି ସାଙ୍ଗେ ସାଙ୍ଗେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ କାହ୍ନୁଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଶଙ୍କର ନାହାକଙ୍କ ଦୁଇ ପୁଅ ମଧ୍ୟରୁ କାହ୍ନୁ ଜ୍ୟେଷ୍ଠ ପୁତ୍ର ଥିଲେ, ବୁଗୁଡ଼ା ଥାନାଧିକାରୀ ଚିତ୍ତରଞ୍ଜନ ବେହେରା ଖବର ପାଇ ଶବକୁ ଜବତ କରି ୭/୨୦୨୦ ପ୍ରକାଶରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇ ତଦନ୍ତ ଜାରି ରହିଥିବା ପ୍ରକାଶ। ସ୍ମରଣ ଯୋଗ୍ୟ ଯେ ଏହି ଜଳଗଣ୍ଡରେ ଏଥି ପୂର୍ବରୁ ଚାରି ଜଣ ବୁଡି ମୃତ୍ୟୁବରଣ କରି ସାରିଛନ୍ତି।

LEAVE A REPLY

Please enter your comment!
Please enter your name here