କରୋନା ପ୍ରତିରୋଧ ପାଇଁ ଆଙ୍କୁଶ ଲଗାଇଲେ ଜିଲ୍ଲାପାଳ

0
384

ପୋଲସରା(ଅନିଲ କୁମାର ମହାରଣା)ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ କରୋନା ପଜିଟିଭ ସଂଖ୍ୟା ବଢ଼ିବା ସହ ୩ ଜଣଙ୍କ ମୃତ୍ୟୁ ଚିନ୍ତା ବଢ଼ାଇ ଦେଇଛି ଜିଲ୍ଲା ପ୍ରଶାସନର। ଏଭଳି ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲସରା ଗ୍ରସ୍ତରେ ବୁଧୁବାର ଦିନ ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେ ଆସି ପୋଲସରା ବ୍ଲକ ପରିସରରେ ଥିବା ସମିତି ବୈଠକ ଗୃହ ମଧ୍ୟରେ ସରପଞ୍ଚ ଓ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ କରୋନା ପରିସ୍ଥିତିର ସମୀକ୍ଷା କରିବା ସହ କରୋନା ସଂକ୍ରମଣ ଉପରେ କିଭଳି ଆଙ୍କୁଶ ଲଗାଯାଇ ପାରିବ ସେ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ନିଜ ପଞ୍ଚାୟତରେ ସାବଧାନତା ଅବଲମ୍ବନ କରିବା ପାଇଁ ସମସ୍ତ ସରପଞ୍ଚ ମାନଙ୍କୁ ପରାମର୍ଶ ଦେଇଥିଲେ। କରୋନା ମୁକାବିଲା ନେଇ ପୋଲସରା ଅଞ୍ଚଳରେ ୫ ଟି କ୍ଲଷ୍ଟରରେ ଟି.ଏମ୍.ସି. ଖୋଲାଯିବ। ପ୍ରତି ପଞ୍ଚାୟତରେ  ଓ ଏନ୍.ଏ.ସି ରେ ତୁରନ୍ତ କୋଭିଡି କେୟାର ହୋମ କାର୍ଯ୍ୟକ୍ଷମ କରା ଯିବ।ପୋଲସରା ବ୍ଲକର ସମସ୍ତ ପଞ୍ଚାୟତ ଓ ପୋଲସରା ଏନେସିରେ ବସବାସ କରୁଥିବା ଯେ କୌଣସି ବ୍ୟକ୍ତିର ଥଣ୍ଡା, କାଶ, ଜ୍ବର ଭଳି ଲକ୍ଷଣ ଦେଖାଯାଏ ତେବେ ଉକ୍ତ ବ୍ଯକ୍ତିଙ୍କୁ ନିଜ ଘରୁ ସ୍ଥାନାନ୍ତର କରି କୋଭିଡି କେୟାର ହୋମ୍ରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବ। ପରେ ଯଦି ଉକ୍ତ ବ୍ୟକ୍ତି ଜଣଙ୍କ ପଜେଟିଭ୍ ଚିହ୍ନଟ ହୁଅନ୍ତି ତେବେ ତତ୍ କ୍ଷଣାତ ବ୍ରହ୍ମପୁର କୋଭିଡି ହସପିଟାଲକୁ ସ୍ଥାନାନ୍ତରିତ କରି ଉପଯୁକ୍ତ ଚିକିତ୍ସା କରାଯିବ ବୋଲି ଜିଲ୍ଳାପାଳ ପ୍ରକାଶ କରିଛନ୍ତି। କୋଭିଡି-୧୯ ସଂକ୍ରମଣକୁ ରୋକିବା ପାଇଁ ଅଯଥାରେ ଜନ ଗହଳି ନକରିବା ପାଇଁ ପରାମର୍ଶ ଦେଇଥିଲେ ।ଗୋଷ୍ଠୀ ସଙ୍କ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ବିନା ଅନୁମତିରେ କୌଣସି ସ୍ଥାନରେ ବହାଘର ହୋଇ ଭୋଜିଭାତ ହୋଇପାରିବ ନାହିଁ । କେବଳ ଉଭୟ ବର ଓ କନ୍ୟା ପକ୍ଷର ଦୁଇ ତିନି ଜଣ ଲେଖାଏଁ ଉପସ୍ଥିତରେ ହିଁ ବାହାଘର ସଂପୂର୍ଣ୍ଣ କରାଯିବ । ଯଦି କୈଣସି ବ୍ୟକ୍ତି ବାହାଘର ଆୟୋଜିତ କରି ସରକାରୀ ନିୟମକୁ ଉଲଘଂନ କରନ୍ତି ତେବେ ଉଭୟ ପକ୍ଷର ମୁଖ୍ୟ ମାନଙ୍କ ସହିତ ବିବାହ କରୁଥିବା ବ୍ରାହ୍ମଣ କୁ ମଧ୍ୟ ଗିରଫ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି ଜିଲ୍ଲାପାଳ । ଏଥିସହ ପ୍ରବାସୀମାନଙ୍କୁ ମନରେଗା ଜବକାର୍ଡ ପ୍ରଦାନ କରି ତୁରନ୍ତ ନୁତନ କାର୍ଯ୍ୟପ୍ରଦାନ କରିବା, ସଙ୍ଗରୋଧ ଗୃହ ରେ ରହିଆସିଥିବା ପ୍ରବାସିଙ୍କୁ ମିଳିନଥିବା ସହାୟତା ରାଶି ଯଥାଶୀଘ୍ର ପ୍ରଦାନ ବ୍ଯବସ୍ଥା କରିବା ଲାଗି ପରାମର୍ଶ ଦେଇଥିଲେ। କିଛି ଅମାନିଆ ଯୁବକ ତାସ୍ ଖେଳିବା ସାଙ୍ଗକୁ ଅବାଧରେ ବିକ୍ରି ହେଉଥିବା ମଦକୁ କିଭଳି ବନ୍ଦ କରାଯିବ ସେ ନେଇ କିଛି ସରପଞ୍ଚ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତୁରନ୍ତ ଏଥିପ୍ରତି ଗୁରୁତ୍ୱ ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନିୟ ପ୍ରଶାସନକୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଥିଲେ।ସମସ୍ତ ପଞ୍ଚାୟତର ୱାର୍ଡ ମାନଙ୍କରେ କମିଟି ଗଠନ କରି ପ୍ରତି ଦିନ ବୈଠକ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଅମାନିଆ ମାନଙ୍କୁ ସାବାଡ଼୍ କରିବା ପାଇଁ ପୋଲିସ ପେଟ୍ରୋଲିଙ୍ଗ ପ୍ରତି ଗୁରୁତ୍ୱ ଦେଇଥିଲେ। ବ୍ୟବସାୟୀମାନେ କୈଣସି ସାମଗ୍ରୀ ବିକ୍ରୀ କରିବା ପୂର୍ବରୁ ଅପରିଚିତ ବ୍ୟକ୍ତିର ନାମ ଓ ସଂପୂର୍ଣ୍ଣ ଠିକଣା ଟିପି ରିଖିବା ନିହାତି ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଏଥିସହ ନିଜ ଦୋକାନ ଆଗରେ ସାମାଜିକ ଦୂରତ୍ୱ ପାଇଁ ମୁଣ୍ଡୁଳା କାଟିବା, ସାନିଟାଇଜର ବା ହେଣ୍ଡଓ୍ବାସ୍ ରଖିବା, ନିଜେ ମାକ୍ସ ପିନ୍ଧିବା ଓ ମାକ୍ସ ପିନ୍ଧିନଥିବା ବ୍ୟକ୍ତିଙ୍କୁ ଜିନିଷ ନଦେବା ପ୍ରଭୃତି ନିୟମ ନମାନିଲେ ସେମାନଙ୍କଠାରୁ ଜୋରିମାନା ଆଦାୟ କରିବାକୁ ବିଡ଼ିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, , ବିଡ଼ିଓ ଶମ୍ଭୁନାଥ ନନ୍ଦୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର , ଏନ୍.ଏ.ସି. କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ , ସିଡିପିଓ କୁନ୍ତଳା କୁମାରୀ ନାୟକ, ବିଇଓ ତ୍ରୀଲୋଚନ ତ୍ରିପାଠୀଙ୍କ ସମେତ ସରପଞ୍ଚ ଓ ସରପଞ୍ଚ ପ୍ରତିନିଧି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here