ଉପଖଣ୍ଡ ପୁଲିସର କାର୍ଯ୍ୟ ସମୀକ୍ଷା କଲେ ଗଞ୍ଜାମ ଏସ୍.ପି

0
264

ଭଞ୍ଜନଗର : ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଦାୟିତ୍ବ ଗ୍ରହଣ କରିବା ପରେ ସୋମବାର ପ୍ରଥମ ଥର ପାଇଁ ଭଞ୍ଜନଗର ଗସ୍ତ କରିବା ସହ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଙ୍କ କାଯ୍ୟାଳୟ ଠାରେ ଉପଖଣ୍ଡ ଅଧୀନ ସମସ୍ତ ଥାନା ଅଧିକାରୀ ଙ୍କ ସହ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି। ପେସାଦାର ଅପରାଧୀ ଙ୍କ ଉପରେ କଡା ନଜର ରଖିବା, ବିଭିନ୍ନ ମାମଲାର ତଦନ୍ତକୁ ତ୍ୱରାନିତ କରିବା,ୱାରେଣ୍ଟି ଧରପଗଡ଼, ଯାନବାହନ କଡାକଡି ଯାଞ୍ଚ,ଦଲାଲ ଗିରୀ ରୋକିବା, ବେଆଇନ ମଦ କାରବାରକୁ ରୋକିବା ନେଇ ଆଲୋଚନା ହୋଇଥିଲା। ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଉପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିବା ସହ ଅଧପନ୍ତରିଆ ଥିବା ମାମଲା ଗୁଡ଼ିକୁ ଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଭଞ୍ଜନଗର ପୋଲିସ ଉପଖଣ୍ଡର ସମସ୍ତ ଥାନା ଗୁଡିକର ପରିଷ୍କାର ପରିଚ୍ଛନତା କୁ ପ୍ରସଂଶା କରିବା ସହ ୫ ଟି ଆଧାରରେ ଥାନାକୁ ଆସୁଥିବା ଲୋକ ମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରି ସେମାନଙ୍କ ସମସ୍ୟା ସମାଧାନ ଦିଗରେ ଯତ୍ନବାନ ହେବା ପାଇଁ ଏସ୍ପି ଶ୍ରୀ ମୀନା ପରମର୍ଶ ଦେଇଥିଲେ। ବୈଠକରେ ଏସ.ଡ଼ି.ପି.ଓ ଶୁଭ୍ରାଂଶୁ ଶେଖର ମିଶ୍ର,ଭଞ୍ଜନଗର ଥାନା ଅଧିକାରୀ ଧୀରେଶ କୁମାର ଦାସ,ତାରାସିଙ୍ଗି ଥାନାଧିକାରୀ ପ୍ରଦୀପ୍ତ କୁମାର ଦାସ,ବୁଗୁଡା ଥାନାଧିକାରୀ ଚିତ୍ତ ରଞ୍ଜନ ବେହେରା,ଗାଙ୍ଗପୁର ଥାନାଧିକାରୀ ଶୁଭେନ୍ଦୁ ସାହୁ,ଜଗନ୍ନାଥ ପ୍ରସାଦ ଥାନାଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ, ବେଲଗୁଣ୍ଠା ଥାନାଧିକାରୀ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here