କାର ଓଲଟି ଜଣେ ମୃତ ଜଣେ ଗୁରୁତର

0
308

ଓଡ଼ଗାଁ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ):୨୧ ନମ୍ବର ରାଜ୍ୟ ରାଜପଥ ଓଡ଼ଗାଁ ନିକଟ ପଥରା ଛକ ଏକ କାର ଦୁର୍ଘଟଣାଗ୍ରସ୍ତ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ୩ଟା ସମୟରେ କାରଟି ଭୁବନେଶ୍ୱର ରୁ ରାଇକିଆ ଆସୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ଫଳରେ କାର ରେ ବସିଥିବା ୨ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି ଓ ଚାଳକ ଜଣକ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରଞ୍ଜନ କୁମାର ସାହୁ ଓ ଚାଳକ ଜଣକ ହେଉଛନ୍ତି ଶିଵ ପ୍ରଶାଦ ସେନାପତି ଉଭୟ ସମ୍ପର୍କରେ ଜୁଆଇ ଓ ଶଶୁର ବୋଲି ଜଣାପଡିଛି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ଉଦ୍ଧାର କରିବା ସହ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here