ବ୍ରହ୍ମପୁର ସମେତ ବିଭିନ୍ନ ସହରରେ ଆଜି ସହିଦ ଦିବସ ପାଳନ

0
640

ବ୍ରହ୍ମପୁର ୨୬/୭ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଆଜି ଭାରତ ଦେଶ ପାଇଁ ଏକ ଗୌରବର ଦିବସ |କୋଡିଏ ବର୍ଷ ହେଲା ଜୁଲାଇ ୨୬ ତାରିଖଟିକୁ ବିଜୟ ଦିବସ ରୂପେ ଭାରତବାସୀ ପାଳନ କରି ଆସୁଛନ୍ତି | କାରଣ ୧୯୯୯ ମସିହା ଜୁଲାଇ ୨୬ ତାରିଖରେ ଭାରତୀୟ ସେନାବାହିନୀ ପାକିସ୍ତାନ ସେନାଙ୍କ କବଳରୁ କାର୍ଗିଲ ମୁକ୍ତ କରିଥିଲେ | ଏଥିରେ ଅନେକ ଯବାନ ସହିଦ ହୋଇଥିଲେ,ସେମାନଙ୍କୁ ସମ୍ମାନ ଦେବା ପାଇଁ ଏହି ସହିଦ ଦିବସଟି ପାଳିତ ହେଉଛି |
ଏହି ଯୁଦ୍ଧରେ ବ୍ରହ୍ମପୁର ନିକଟସ୍ଥ ଜଗଦଳପୁର ଗ୍ରାମର ବୀର ପୁରୁଷ ଏସ ଶ୍ରୀନିବାସ ପାତ୍ର ଭାରତୀୟ ସେନାରେ ଯୋଗ ଦେଇ ସହିଦ ହୋଇଥିଲେ |ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିରାଟ ଶୋଭାଯାତ୍ରାରେ ବାହାରି ଶ୍ରୀନିବାସଙ୍କର ଜୟଗାନ କରିଥିଲେ ଓ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳା ଅର୍ପଣ କରିଥିଲେ | ଏହି ଅବସରରେ ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦିଗନ୍ତ ରାଉତରାୟ,ସରପଞ୍ଚ ଶ୍ରୀ ହାଡୁବନ୍ଧୁ ବେହେରା,ଶ୍ରୀ କେ ସନ୍ତୋଷ ପାତ୍ର,ଶ୍ରୀ କେ ସୁଦାମ ପାତ୍ର,ଶ୍ରୀ ବି ଜଗନ୍ନାଥ ଏବଂ ସଦର ଥାନା ଅଧିକାରୀ ଶ୍ରୀ ଭବାନନ୍ଦ ପ୍ରଧାନ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ ସହ ସହିଦ ଶ୍ରୀନିବାସଙ୍କର ସ୍ମୃତି ବନ୍ଦନା କରିଥିଲେ| ସବୁବର୍ଷ ପରି ଏହି ବର୍ଷ ମଧ୍ୟ ଯୁବନେତା ଶ୍ରୀ କେ ସୁଦାମ ପାତ୍ର ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ |ଗଞ୍ଜାମର ଏହି ବୀରପୁତ୍ର କାର୍ଗିଲରେ ଦେଶ ପାଇଁ ବଳିଦାନ ଦେଇ ଗୌରବ ଅର୍ଜନ କରିଛନ୍ତି ଓ ଆମ ବ୍ରହ୍ମପୁର ମାଟି ମା’କୁ ଇତିହାସରେ ଗୌରବାନ୍ୟୂତ କରାଇଛନ୍ତି |

LEAVE A REPLY

Please enter your comment!
Please enter your name here