ଗୋଳନ୍ଥରା ଥାନା ପୋଲିସ ଦ୍ୱାରା କରୋନା ବିଷୟରେ ଜନ ସଚେତନତା କାର୍ଯ୍ୟକ୍ରମ

0
382

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଵ୍ରହ୍ମପୁର ପୋଲିସ ପକ୍ଷରୁ ସଦର ଏସ.ଡି.ପି.ଓ ଶ୍ରୀ ଜୟନ୍ତ ମହାପାତ୍ର,ଗୋଳନ୍ଥରା ଥାନା ଅଧିକାରୀ ଶ୍ରୀ ବାବୁଲି ନାୟକ ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଏବଂ ପଞ୍ଚମା ଗ୍ରାମକୁ ଯାଇ ଲୋକଙ୍କୁ କରୋନା ରୋଗର ଭୟାବହତା ଉପରେ ଚେତେଇବା ସହ ଲୋକଙ୍କୁ ଏହାକୁ ନେଇ ସଚେତନ କରିଥିଲେ । ଗରିବ ମହିଳା ଏବଂ ଯୁବକଙ୍କ ସହ ବୃଦ୍ଧ ଲୋକଙ୍କୁ ମାସ୍କ ବଣ୍ଟନ କରିଥିଲେ । ଉକ୍ତ ଗ୍ରାମର ଲୋକଙ୍କୁ ଲକ ଡାଉନ ସମୟରେ ଘରୁ ନ ବାହାରିବା ପାଇଁ କହିବା ସହ ସବୁବେଳେ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଅନୁରୋଧ କରିଥିଲେ । ଘରର ବୃଦ୍ଧ ଲୋକଙ୍କ ଉପରେ ନଜର ରଖିବା ସହ ଅଧିକ ଯତ୍ନ ନେବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here