ଶ୍ୱଶୁର ଘର ଗାଁରେ ଜ୍ୱାଇଁର ଆତ୍ମହତ୍ୟା, ସନ୍ଦେହ ଘନୀଭୂତ।

0
612

ବୁଗୁଡା,୨୬/୭(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ଗଂଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଭାମସିଆଳି ଗ୍ରାମ ନିକଟ ଅମ୍ବିଲିଝୋଳ ଠାରେ ଜ୍ୱାଇଁପୁଅ ବିଷପିଇ ପଡିଥିବାବେଳେ ଉଦ୍ଧାର କରାଯାଇଛି। ଏନେଇ ଗ୍ରାମର ଜଣେ ବ୍ୟକ୍ତି ଦେଖିବା ପରେ ଶଶୁର ପ୍ରଫୁଲ ଭୋଳଙ୍କୁ ଖବର ଦେଇଥିଲେ । ଶଶୁର ଘର ଲୋକ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଜ୍ୱାଇଁ ମନୋଜଙ୍କୁ ବୁଗୁଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ମନୋଜଙ୍କୁ ମୃତ ଘୋଷଣା କରିଥିଲେ।ମୃତ ମନୋଜ ଖଟେଇ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ପାଇକଯମୁନା ଗ୍ରାମର।ବୁଗୁଡା ପୋଲିସି ଖବର ପାଇ ଶବକୁ ଜବତ କରି ଅପମୃତୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ଭଞ୍ଜନଗର ପଠାଇ ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here