ଡାବୁଗାଁ ବିଧାୟକ ଦ୍ୱାରା ଘୋଡାଖୁଣ୍ଟା ଓ ନନ୍ଦପୁରା ପଞ୍ଚାୟତର ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ଓ ଜଙ୍ଗଲ ଜମି ପଟ୍ଟା ବଣ୍ଟନ

0
359

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଘୋଡାଖୁଣ୍ଟା ପଞ୍ଚାୟତ ଅନ୍ତର୍ଗତ କହକାଗୁଡ଼ା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ରନ୍ଧାରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ଏମ . ଆତ୍ପା ରାଓ , ବିଧାୟକଙ୍କ ପ୍ରତିନିଧି ଏମ . ବୁଲୁ ରାଓ , ଡାବୁଗାଁ ତହସିଲଦାର ସନ୍ଧ୍ୟା ସୋମରଥ , ବିଡିଓ ଶରତ ମାଝା ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଘୋଡାଖୁଣ୍ଟା ଓ ନନ୍ଦପୁରା ପଞ୍ଚାୟତର ୮୨ଜଣ ବୃଦ୍ଧବୃଦ୍ଧା , ଦିବ୍ୟାଙ୍ଗ ଏବଂ ବିଧାୟକଙ୍କୁ ଏକକାଳୀନ ୬ମାସର ଭତ୍ତା ପ୍ରଦାନ କରାଯାଇଥିଲା । ସେହିପରି ଦୁଇ ପଞ୍ଚାୟତର ୯୩ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ବ୍ଲକ୍ ଅତିରିକ୍ତ ସାମାଜିକ ସୁରକ୍ଷା ଅଧିକାରୀ ଅତନୁ ଦେଉରୀ ପରିଚାଳନା କରିଥିଲେଅନ୍ୟମାନଙ୍କ ମଧ୍ୟରେ ଡାବୁଗାଁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର , ଘୋଡାଖୁଣ୍ଟା ସରପଞ୍ଚ ଧନସିଂ ଭତରା , ନନ୍ଦପୁରା ସରପଞ୍ଚ ଗୁରୁବାରୁ ପୂଜାରୀ , ବ୍ଳକ୍ ବିଜେଡି ଉପସଭାପତି ପି . ନାଗା ରାଓ , ବ୍ଲକ୍ ବିଜେଡି ଯୁବ ସଭାପତି ଟି . ଜଗୁନୁ ବାବୁ , ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here