ବ୍ରହ୍ମପୁର ପୋଲିସର ବଡସଫଳତା;ସୁନା ଚେନ ଚୋରି ଦଳର ୩ ଗିରଫ

0
446

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ଗଞ୍ଜାମ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଜିଲ୍ଲାର ଆସିକା ଥାନା ଅଧିନସ୍ଥ ଏକ ଅପରାଧି ଦଳର ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୦ହଜାର ଟଙ୍କା,୨ଟି ବାଜାଜ ମଟରସାଇକେଲ ଜବତ କରିଛି । ବ୍ରହ୍ମପୁର ପୋଲିସକୁ ଏହି ବଡସଫଳତା ମିଳିଥିବା ଅତିରିକ୍ତ ଏସପି ପ୍ରଭାତ ଚନ୍ଦ୍ର ରାଉତରାଏ ଦେଇଥିବା ସୂଚନା ଅନୁଯାୟୀ,ଗିରଫ ଅଭିଯୁକ୍ତ ମାନେ ହେଲେ ଆସିକା ଝଗଡେଇ ନିକଟସ୍ଥ ଛାଟପଡିଆ ଅଞ୍ଚଳର ଏ.ଗଣେଶ ଦାସ(୨୫),ଏ.ଦୁର୍ଗା ଦାସ(୨୬),ନରସିଂହ ଦାସ । ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଟାଉନ୍ ଏସ୍ଡିପିଓ ବିଷ୍ଣୁପ୍ରସାଦ ପତିଙ୍କ ଦ୍ୱାରା ସହରର ବଡବଜାର, ଗୋଷାଣୀନୂଆଗାଁ, ବୈଦ୍ୟନାଥପୁର ଓ ଟାଉନ୍ ଥାନାଅଧିକାରୀଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମକୁ ଏହି ସଫଳତା ମିଳିଥିବା ସେ କହିଛନ୍ତି । ଏହାକୁ ନେଇ ବଡବଜାର ଥାନାରେ କେଶ୍ ନମ୍ବର ୯୯/୨୦ ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here