ଦେଉଳିଆପଡା ଠାରେ ଦୋକାନ କବାଟ ଭାଙ୍ଗି ଚୋରୀ କଲେ ଦୁର୍ବୁତ୍ତ l

0
656

ବେଗୁନିଆପଡା (ନ୍ୟୁଜଏକ୍ସ ଟ୍ରା ବ୍ୟୁରୋ) :ଗତକାଲି ବିଳମ୍ବିତ ରାତ୍ରରେ ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବ୍ଲକ ଏବଂ ବେଗୁନିଆପଡା ବସଷ୍ଟାଣ୍ଡକୁ ସଂଯୋଗ କରୁଥିବା ଦେଉଳିଆପଡା ମୁଖ୍ୟରାସ୍ତାରେ ଥିବା ଏକ ପ୍ଳମ୍ବିଙ୍ଗ ଦୋକାନ କବାଟ ଭାଙ୍ଗି କେହି ଦୁର୍ବୁତ୍ତ ଚୋରିକରିଥିବା ନେଇ ଆଜି ବେଗୁନିଆପଡା ଫାଣ୍ଡିରେ ଅଭିଯୋଗ ହୋଇଛି l ପ୍ରାପ୍ତ ବିବରଣୀରୁ ପ୍ରକାଶ ଦୋକାନ ମାଲିକ ପୂର୍ଣଚନ୍ଦ୍ର ମହାରଣା ଗତକାଲି ରାତ୍ର ୯.୩୦ ରେ ଦୋକାନ ବନ୍ଦକରି ନିକଟରେ ଥିବା ତାଙ୍କ ଘରକୁ ଫେରିଥିଲେ l ଶୁକ୍ରବାର ଭୋର ସମୟରେ ତାଙ୍କ ମା’ ଝାଡୁ କରିବା ସମୟରେ ଦୋକାନର ଅବସ୍ଥା ଦେଖି ଘରେ ଜଣାଇଥିଲେ l ଦୋକାନ କବାଟ ଭାଙ୍ଗି କେହି ଦୁର୍ବୁତ୍ତ ଭିତରେ ପଶି ତାଙ୍କ ସୋ କେସ ଡ୍ର ଭାଙ୍ଗି ୩୦୦୦ ରୁ ଉର୍ଦ୍ଧ ଟଙ୍କା ଏବଂ ପ୍ରାଇଭେଟ ଫାଇଲ ବକ୍ସ ଚୋରୀ କରିନେଇଥିବା ଦେଖିବାକୁ ପାଇ ତାଙ୍କ ପୁଅ ଅର୍ଥାତ ପୂର୍ଣଚନ୍ଦ୍ର ଆଜି ବେଗୁନିଆପଡା ଫାଣ୍ଡିରେ ଏତାଲା ଦେଇଥିଲେ l ତଦନ୍ତ ଚାଲିଛି, ଅଭିଯୁକ୍ତ ଶୀଘ୍ର ଜଣାପଡିବ ବୋଲି ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here