ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ଚତୁର୍ଥ ବସର ଦୁର୍ଘଟଣା;ଜଣେ ମୃତ

0
518

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ପୁର୍ନବାର ଦୁର୍ଘଟଣାର ସମ୍ମୁଖୀନ ହେଲା ପ୍ରବାସୀ ଓଡ଼ିଆଙ୍କ ଗାଡି । ସୂଚନା ଅନୁଯାୟୀ, ହାଇଦ୍ରାବାଦରୁ ରାତି ୧୦ଟାରେ ୪୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ ଖୋର୍ଦ୍ଧା ଏନଏଚ-୧୬ କୁହୁଡ଼ି ଛକ ନିକଟରେ ଏକ ଫଳ ବୋଝେଇ ଟ୍ରକକୁ ପଛ ପଟରୁ ଧକ୍କା ଦେଇଥିଲା । ଏଥିରେ ବସ ଡ୍ରାଇଭର କେ.ଶ୍ରୀକାନ୍ତ ମୃତ୍ୟୁ ବରଣ କରିଥିବା ବେଳେ ୧୦ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ । ଆହତଙ୍କୁ ନିକଟସ୍ଥ ଟାଙ୍ଗୀ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା । ଏହା ସହିତ ପ୍ରବାସୀ ଓଡ଼ିଆକୁ ଧରି ଆସୁଥିବା ବସ ମଧ୍ୟରୁ ୪ଟି ଦୁର୍ଘଟଣାଗ୍ରସ୍ତ ହେଲାଣି ।

LEAVE A REPLY

Please enter your comment!
Please enter your name here