ପାରଳାଖେମୁଣ୍ଡିରେ ୪ଗୋଟି ସିନେମା ହଲକୁ ସିଲ୍ କଲେ ଜିଲ୍ଲା ପ୍ରଶାସନ

0
264

ପାରଳାଖେମୁଣ୍ଡି (ନ୍ୟୁଜଏକ୍ସଟ୍ରା) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଚାରିଗୋଟି ସିନେମା ହଲକୁ ପ୍ରଶାସନିକ ପକ୍ଷରୁ ସିଲ୍ କରାଯାଇଛି। ଏହାର ପ୍ରକୃତ ଉଦ୍ଦେଶ୍ୟ ହେଉଛି, ଗତକାଲି କୋଭିଡ କଟକଣା ଉଲଂଘନ କରିବା ଏବଂ ଲାଇସେନ୍ସ ନବୀକରଣ ହୋଇ ନଥିବା ଅଭିଯୋଗରେ ଗଜପତି ଜିଲ୍ଲା ପ୍ରଶାସନ ପାରଳାଖେମୁଣ୍ଡି ସହରରେ ଥିବା ୪ଗୋଟି ସିନେମାହଲକୁ ସିଲ କରିଥିବା ଜଣାପଡିଛି । ଗତକାଲି ତେଲୁଗୁ ସୁପରଷ୍ଟାର ପବନକଲ୍ୟାଣଙ୍କ “ଓକିଲ ସାହେବ” ନାମରେ ଏକ ତେଲୁଗୁ ସିନେମା ପାରଳାଖେମୁଣ୍ଡି ସହରର ଏ.କ.ସିନେମା ହଲ, ଲକ୍ଷ୍ମୀ ଟକିଜ ଓ ଜୟା ମହଲରେ ରିଲିଜ ହୋଇଥିଲା । ତେଲୁଗୁ ସୁପଷ୍ଟାରଙ୍କ ଏହି ସିନେମା ରିଲିଜ ଯୋଗୁଁ ଅସମ୍ଭବ ଜନଗହଳି ଯାହା ର ସୀମା ବାହାରେ ନିୟମ ଉଲ୍ଲଙ୍ଘନ ଦେଖାଦେଇଥିଲା । ଏହାକୁ ଦେଖି ପାରଳାଖେମୁଣ୍ଡି ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ବାଧ୍ୟ ହୋଇଥିଲେ । ଗତକାଲି ପ୍ରଥମେ ସାମୟିକ ଭାବେ ଏହି ୩ଟି ହଲ୍‌ରେ ସିନେମା ପ୍ରଦର୍ଶନକୁ ଜିଲ୍ଲା ପ୍ରଶାସନ ବନ୍ଦ ରଖି ତଦନ୍ତ ଆରମ୍ଭ କରିଥିଲେ । ପାରଳା ତହସିଲଦାର ଅଚ୍ୟୁତା ନନ୍ଦ ଜାନୀ ଆଜି ଏନେଇ ସୂଚନା ଦେଇଛନ୍ତି ଯେ, କୋଭିଡ ନିୟମ ଉଲଂଘନ କରି ସରକାରଙ୍କ ନିୟମକୁ ଅମାନ୍ୟ କରିଥିବା ଦୃଷ୍ଟିରୁ ଲକ୍ଷ୍ମୀ ଟକିଜ ଓ ଜୟାମହଲ ନାମରେ ମକଦ୍ଦମା ରୁଜୁ କରାଯିବା ସହ ୨ ହଲକୁ ୧୦ହଜାର ଟଙ୍କା ଲେଖାଏଁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି । ଏହି ୨ଗୋଟି ହଲକୁ ଅନିଦ୍ଧିଷ୍ଟ କାଳପାଇଁ ବନ୍ଦ କରାଯିବା ସହ ୨ଗୋଟି ହଲକୁ ସିଲ କରାଯାଇଛି । ଏହି ୨ଗୋଟି ହଲ ସହ ପାରଳାଖେମୁଣ୍ଡି ସହରରେ ଥିବା ଅନ୍ୟଦୁଇ ଗୋଟି ହଲ ଏ.କେ. ସିନେମା ଓ ନଟରାଜ ସିନେମାହଲ ମୋଟ ଚାରି ଗୋଟି ହଲର ସିନେମା ପ୍ରଦର୍ଶନର ଲାଇସେନ୍ସ ନବୀକରଣ ହୋଇନାହିଁ । ତେଣୁ ଏହି ଦୁଇ ଗୋଟି ହଲକୁ ମଧ୍ୟ ସିଲ କରାଯାଇଥିବା ସୂଚନା ମିଳିଛି

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here