ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରା ସଙ୍ଗରୋଧ କେନ୍ଦ୍ର ଖାଦ୍ୟ ତାଲିକା ଜାରୀ;ସପ୍ତାହକୁ ୩ଦିନ ମିଳିବ ଆମିଷ

0
804

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କିଛି ଦିନ ତଳେ ସୁରଟ ଫେରନ୍ତା ଅନ୍ତୋବାସୀମାନେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ୨ଟି ସଙ୍ଗରୋଧ କେନ୍ଦ୍ରରେ ଖାଦ୍ୟ ଅଭାବ ନେଇ ଗଣ୍ଡଗୋଳ ଓ ପରେ ଗଞ୍ଜାମର ଅନ୍ୟ ଏକ ସଙ୍ଗରୋଧ କେନ୍ଦ୍ରରେ ଖାଦ୍ୟକୁ ନେଇ ପାଟିତୁଣ୍ଡ କରିଥିଲେ ଓ ଖାଦ୍ୟ ଫିଙ୍ଗି ଦେଇଥିଲେ । ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏହାପରେ ପ୍ରଶାସନ ସଜାଗ ହୋଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ଅନ୍ତୋବାସୀମାନଙ୍କୁ ଦିଆଯିବା ଖାଦ୍ୟ ତାଲିକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସପ୍ତାହରେ ୩ ଦିନ ଅଣ୍ଡା ତରକାରୀ ଓ ଗୋଟିଏ ଦିନ ମାଛ କିମ୍ବା ଚିକେନ ତରକାରୀ କେନ୍ଦ୍ରରେ ଥିବା ଲୋକଙ୍କୁ ମଧ୍ୟାହ୍ନ ଭୋଜନରେ ପରସା ଯିବ। ନିରାମିଷରେ ଛତୁ କିମ୍ବା ପନିର ତରକାରୀ ମିଳିବ। ସେହିପରି ସକାଳ ଜଳଖିଆରେ ମଟର ତରକାରୀ ସହ ପୁରୀ, ଇଡ଼ଲି, ମସଲା ଉପମା, ଚୁଡା ଉପମା (ଏଥିରୁ ଗୋଟିଏ) ଏବଂ ସନ୍ଧ୍ୟା ଜଳଖିଆରେ ଚା’ ସହ ମିକ୍ସଚର, ମୁଡି, ବିସ୍କୁଟ (ଏଥିରୁ ଗୋଟିଏ) ଦିଆଯିବ। ୬ ବର୍ଷର କମ୍ ଶିଶୁଙ୍କୁ ସକାଳ ଓ ସନ୍ଧ୍ୟାରେ ହର୍ଲିକ୍ସ ଓ କ୍ଷୀର ଦିଆଯିବ। ଏହି ତାଲିକାକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here