ଦେଶୀ ମଦ ଭାଟି ଉପରେ ଅବକାରୀ ବିଭାଗର ଚଢ଼ାଉ ; ୨ ଗିରଫ

0
668

ଜଗନ୍ନାଥପ୍ରସାଦ(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ): ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ରାମପୁର ଜଙ୍ଗଲରେ ଗତକାଲି ଅବକାରୀ ବିଭାଗ ପକ୍ଷରୁ ଏକ ବେଆଇନ ମଦ ଭାଟି ଉପରେ ଚଢ଼ାଉ କରି ୧୭୬ ଲିଟର ଦେଶୀ ମଦ ଜବତ କରିବା ସହ ୧୧୯୯ ଲିଟର ଗୁଡ଼ ମିଶ୍ରିତ ପୋଚ ନଷ୍ଟ କରାଯାଥିବା ସୂଚନା ମିଳିଛି। ଏଥି ସହିତ ଅବକାରୀ ବିଭାଗ ପକ୍ଷରୁ୨ ଜଣଙ୍କୁ ଗିରଫ କରିବା ସହ ମାମଲା ରୁଜୁ କରାଯାଇଛି। ଗିରଫ ୨ଜଣ ହେଲେ ରାମପୁର ଗ୍ରାମର ରବି ନାୟକ ଓ ହରିପୁର ଗ୍ରାମର ପ୍ରକାଶ ନାୟକ । ଏହି ଚଢ଼ାଉ ସମୟରେ ଅବକାରୀ ବିଭାଗର ସବଇନ୍ସପେକ୍ଟର ପାର୍ଥ ସାରଥୀ ରାଉତ, କୃଷ୍ଣଚନ୍ଦ୍ର ସେଠୀ,ସନାତନ ନାୟକ, ଶିବରାମ ଜେନା ଓ ଜଗନ୍ନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here