ଖୋଳଖାଳି ଗ୍ରାମର ଚାରି ଗୋଟି ମନ୍ଦିରରେ ଲାଗିଲା ହାଇମାକ୍ସ ଲାଇଟ

0
332

ବୁଗୁଡା(ନ୍ୟୁଜଏକ୍ସଟ୍ରା/ଅନିଲ କୁମାର ମହାରଣା):ବୁଗୁଡା ବ୍ଲକର ଖୋଳଖାଳି ଗ୍ରାମର ଚାରି ଗୋଟି ମନ୍ଦିରରେ ଜଣେ ବ୍ୟକ୍ତିଙ୍କ ସହଯୋଗରେ ୪ ଗୋଟି ହାଇମାକ୍ସ ଲାଇଟ ଲଗାଯାଇଛି। ଖୋଳଖାଳି ଗ୍ରାମର ଶିବ ମନ୍ଦିର, ଠାକୁରାଣୀ ମନ୍ଦିର, ଦଧିବାମନ ମନ୍ଦିର ଓ କାଳୀ ମନ୍ଦିର ପରିସରରେ ପ୍ରତ୍ୟେକରେ ୪ ଗୋଟି ଲେଖାଏଁ ହାଇମାକ୍ସ ଲାଇଟ ଲାଗିଥିବା ପୋଲ ସ୍ଥାପନ କରାଯାଇଅଛି। ଯାହା ଫଳରେ ୪ ଗୋଟି ମନ୍ଦିରରେ ଉଜ୍ଜ୍ୱଳ ଆଲୋକ ଯୋଗୁଁ ଦିଅଁଙ୍କୁ ଦର୍ଶନ ପାଇଁ ଆସୁଥିବା ଲୋକମାନେ ବହୁତ ସୁବିଧା ପାଇ ପାରିଲେ। ଖୋଳଖାଳି ପଞ୍ଚାୟତର ତାଳସାକର ଗ୍ରାମର ବିଜୟ କୁମାର ଜେନାଙ୍କ ପୁତ୍ର ସନ୍ତୋଷ କୁମାର ଜେନା ବ୍ୟକ୍ତିଗତ ଭାବେ ୧,୬୪,୦୦୦ ଟଙ୍କା ବ୍ୟୟରେ ୪ ଟି ମନ୍ଦିରରେ ୪ ଗୋଟି ହାଇମାକ୍ସ ଲାଇଟ ବ୍ୟବସ୍ଥା କରିଛନ୍ତି। ଏହିପରି ବାଦାନ୍ୟତା ପାଇଁ ପଞ୍ଚାୟତ ସରପଞ୍ଚ ସୂର୍ଯ୍ୟମଣୀ ଗୌଡ଼, ସମିତି ସଭ୍ୟ ବିବେକାନନ୍ଦ ବାରିକଙ୍କ ସମେତ ଗ୍ରାମବାସୀ ସନ୍ତୋଷଙ୍କୁ ପ୍ରଶଂସା କରିଛନ୍ତି।

LEAVE A REPLY

Please enter your comment!
Please enter your name here