ବୁଗୁଡା ବ୍ଲକର ୩ ସନ୍ଦିଗ୍ଧଙ୍କୁ କରୋନା ଟେଷ୍ଟ ପାଇଁ ପଠାଗଲା ବ୍ରହ୍ମପୁର , ୩ ଜଣ ଫେରିଛନ୍ତି ସଂକ୍ରମିତ ଅଞ୍ଚଳରୁ

0
641

ବୁଗୁଡା(ନ୍ୟୁଜଏକ୍ସଟ୍ରା/ଅନିଲ କୁମାର ମହାରଣା):ବୁଗୁଡା ବ୍ଲକର ୩ ଜଣ ସନ୍ଦିଗ୍ଧଙ୍କୁ କରୋନା ସଂକ୍ରମଣ ପରୀକ୍ଷା ପାଇଁ ବ୍ରହ୍ମପୁର ଏମ୍.କେ.ସି.ଜି. ମେଡିକାଲ କଲେଜକୁ ପଠାଯାଇଥିବା ବୁଗୁଡା ବ୍ଲକ ନୋଡାଲ ଅଫିସର ତଥା ବିଡ଼ିଓ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି। ଭୁବନେଶ୍ୱର ବମୀଖାଲ ଅଞ୍ଚଳରୁ ଫେରିଥିବା ମୋଟାବାଡ଼ି ପଞ୍ଚାୟତର ଗୁଡିପଲ୍ଲୀର ଜଣେ ବ୍ୟକ୍ତି ସଙ୍ଗରୋଧ ରହିଥିବା ବେଳେ କରୋନା ଲକ୍ଷଣ ଦେଖାଯିବ ଯୋଗୁଁ ଗତକାଲି ପରୀକ୍ଷା ପାଇଁ ପଠା ଯାଇଥିଲା। ସେହିପରି ସୁନ୍ଦରଗଡରୁ ଫେରିଥିବା ଶଙ୍କୁରୁ ଗ୍ରାମର ଜଣେ ଓ ପଶ୍ଚିମ ବଙ୍ଗରୁ ଫେରିଥିବା କରଚୁଲି ଗ୍ରାମର ଜଣେ, ଏହି ଦୁଇଜଣ ସଙ୍ଗରୋଧରେ ଥିବା ବେଳେ କରୋନା ଲକ୍ଷଣ ଦେଖାଯିବା ଯୋଗୁ ଆଜି ସୋମବାର ଦିନ କରୋନା ସଂକ୍ରମଣ ପରୀକ୍ଷା ପାଇଁ ବ୍ରହ୍ମପୁର ପଠାଯାଇଛି। ନିଜ ଗ୍ରାମକୁ ଫେରିଥିବା ଏହି ୩ ଜଣ ସନ୍ଦିଗ୍ଧ ବ୍ୟକ୍ତି କରୋନା ସଂକ୍ରମିତ ଅଞ୍ଚଳରୁ ଫେରିଥିବା ବେଳେ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି।

LEAVE A REPLY

Please enter your comment!
Please enter your name here